ଗଂଜେଇ ଚୋରା ଚାଲାଣ ଅଭିଯୋଗରେ ପୁଲିସକୁ ବାନ୍ଧିଲା ପୁଲିସ: ତରଭା ଥାନା ହାବିଲଦାର ବିଜୟ ସାହୁଙ୍କ ସମେତ ୬ ଜଣ ଗିରଫ

2,001

କନକ ବ୍ୟୁରୋ: ଗଂଜେଇ ଚୋରା ଚାଲାଣ ଅଭିଯୋଗରେ ପୁଲିସକୁ ବାନ୍ଧିଲା ପୁଲିସ । ବଲାଙ୍ଗୀର ଜିଲ୍ଲା ତରଭା ଥାନାର କାର୍ଯ୍ୟରତ ହାବିଲଦାର ବିଜୟ ସାହୁଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି । ବୌଦ୍ଧରୁ ରାଜ୍ୟ ସମେତ ବାହାର ରାଜ୍ୟକୁ ବିପୁଳ ପରିମାଣର ଗଂଜେଇ ଚାଲାଣ କରାଯାଉଛି । ଆଉ ଏହାର ମାଷ୍ଟରମାଇଣ୍ଡ ହାବିଲଦାର ବିଜୟ ସାହୁ ବୋଲି କୁହାଯାଉଛି । ତେବେ ଗଂଜେଇ ଚୋରାଚାଲାଣ ଅଭିଯୋଗରେ ଏମାନଙ୍କୁ ଗିରଫ କରିଛି ବଲାଙ୍ଗୀର ଟାଉନ ଥାନା ପୁଲିସ । ବୌଦ୍ଧରୁ ସାରା ରାଜ୍ୟ ଓ ରାଜ୍ୟ ବାହାରକୁ ବିପୁଳ ପରିମାଣରେ ହେଉଛି ଗଞ୍ଜେଇ ଚାଲାଣ ଏବଂ ଏଥିରେ କାମ କରୁଛି ଏକ ବିରାଟ ରାକେଟ ଏବଂ ସେହି ରାକେଟର ମୁଖ୍ୟ ହେଉଛନ୍ତି ଜଣେ ପୋଲିସ ବାବୁ, ସେ ତରଭା ଥାନା ର କାର୍ୟ୍ୟରତ ହାବିଲଦାର ବିଜୟ ସାହୁଙ୍କ ସହ ୬ ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ଟାଉନ ଥାନା ପୋଲିସ । ଅଭିଯୁକ୍ତ ମାନଙ୍କଠାରୁ ଗଞ୍ଜେଇ ସହ ୮ ହଜାର ଟଙ୍କା ୩ ଟି ବାଇକ । ଗତକାଲି ୪ ଜଣ ଅଭିଯୁକ୍ତ ଗଞ୍ଜେଇ ନେଇ ଯାଉଥିବା ବେଳେ ତାଙ୍କୁ ଟାଉନ ଥାନା ପୋଲିସ ଖବର ପାଇ ଧରି ଥିଲା ଓ ଉକ୍ତ ଅଭିଯୁକ୍ତ ମାନଙ୍କୁ ପଚରା ଉଚୁରା କରିବା ପରେ ମାଷ୍ଟର ମାଇଣ୍ଡ ବିଜୟକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତ ବିଜୟ ଭୁବନେଶ୍ଵରରୁ ମହିଳା ମାନଙ୍କୁ ଆଣି ବଲାଙ୍ଗୀର ଟ୍ରେନ ଯୋଗେ ରାୟପୁରକୁ ଆଗରୁ ମଧ୍ୟ ଏଭଳି ଗଂଜେଇ ଚୋରା ଚଲାଣ କରୁଥିଲା କିନ୍ତୁ ଏଥର ଖାକି ହାବୁଡ଼ରେ ପଡିଗଲା ଖାକି ଆଗରୁ ମଧ୍ୟ ପୋଲିସ ବିଜୟର ବିଭିନ୍ନ ଗଜେଇ ଚାଲାଣରେ ସମ୍ପୃକ୍ତି ଥିବା ଖବର ପାଇଥିଲେ ମଧ୍ୟ ଏଥର ଠୋସ ଖବର ପାଇ ତାକୁ ଗିରଫ କରିବାକୁ ସକ୍ଷମ ହୋଇଛି ଏବଂ ଏହା ସହ ଅନେକ ପୋଲିସ ସମ୍ପୃକ୍ତ ଥିବା ମଧ୍ୟ ତଦନ୍ତ ଚାଲିଥିବା କୁହାଯାଇଛି ।