ଅଧା ପନ୍ତରିଆ ହୋଇ ପଡ଼ି ରହିଛି ପୋଲ । ଏପଟେ ବର୍ଷା ଧୋଇଦେଲା ଅସ୍ଥାୟୀ ବ୍ରିଜ : ଗଂଜାମ ବଡ଼ଗଡ଼ରୁ ବ୍ରହ୍ମପୁର ଯୋଗାଯୋଗ ବିଚ୍ଛିନ୍ନ

177

କନକ ବ୍ୟୁରୋ : ଅଧା ପନ୍ତରିଆ ହୋଇ ପଡ଼ି ରହିଛି ନିର୍ମାଣଧିନ ନୂଆ ପୋଲ । ଏପଟେ ବର୍ଷା ଧୋଇଦେଲା ଲୋକଙ୍କ ଗମନାଗମନ ପାଇଁ ହୋଇଥିବା ଅସ୍ଥାୟୀ ମାଟି ପୋଲ । ଗଂଜାମ ଜିଲ୍ଲା ଶୋରଡା ଅଂଚଳରେ ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଆଜି ବର୍ଷାର ପରିମାଣ ବଢିବାରୁ ୨ଟି ଅସ୍ଥାୟୀ ପୋଲ ଭାସି ଯାଇଛି ।

ସୋରଡା ବ୍ଲକ ବଡଗଡ ଠାରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ରାସ୍ତାର ଉପରେ ଥିବା ଅସ୍ଥାୟୀ ପୋଲ ଭାସି ଯିବାରୁ ବଡଗଡ ଠାରୁ ବ୍ରହ୍ମପୁରକୁ ଯୋଗା ଯୋଗ ବିଚ୍ଛିନ୍ନ ହୋଇଛି । ପୋଲ ଧୋଇଯିବାରୁ ବଡଗଡ, ଶେରଗଡ, ଧରାକୋଟ, ଦିଗପହଣ୍ଡି, ବ୍ରହ୍ମପୁରକୁ ଯୋଗାଯୋଗ ଠପ୍ ହୋଇଯାଇଛି । ସେହିପରି ଧରାକୋଟ ବ୍ଲକ ନିକଟରେ ମଧ୍ୟ ବ୍ରିଜ ନିର୍ମାଣ କାମ ଚାଲିଥିବାରୁ ଅସ୍ଥାୟୀ ରାସ୍ତରେ ଲୋକେ ଯା’ଆସ କରୁଥିଲେ । ପ୍ରବଳ ବର୍ଷାରେ ପୋଲ ଭାସିଯିବା ପରେ ୫୦ଟି ଗାଁର ଲୋକେ ପ୍ରଭାବିତ ହୋଇଛନ୍ତି ।