କନକ ବ୍ୟୁରୋ: ବେଙ୍ଗାଲୁରୁ ସ୍ଥିତ ଇସ୍ରୋ କଣ୍ଟ୍ରୋଲ କମ୍ପେ୍ଲକ୍ସରୁ ବୈଜ୍ଞାନିକମାନଙ୍କ ସମ୍ବୋଧନ କରିବା ସମୟରେ ଏକ ବଡ ଘୋଷଣା କଲେ ମୋଦୀ । ଚନ୍ଦ୍ରର ଯେଉଁ ସ୍ଥାନରେ ଚନ୍ଦ୍ରଯାନ -୩ର ଲ୍ୟାଣ୍ଡର ବିକ୍ରମ ଅବତରଣ କା ସେ ସ୍ଥାନକୁ ‘ ଶିବଶକ୍ତି’ ଏବଂ ଯେଉଁ ସ୍ଥାନରେ ଚନ୍ଦ୍ରଯାନ-୨ ଅଳ୍ପକେ କ୍ରାସ୍ ହୋଇଯାଇଥିଲା ସେ ସ୍ଥାନକୁ ‘ତିରଙ୍ଗା ପଏଣ୍ଟ’ ଭାବେ ନାମକରଣ କଲେ ମୋଦୀ । ଏହାସହ ଅଗଷ୍ଟ ୨୩ ତାରିଖକୁ ‘ନ୍ୟାସନାଲ ସ୍ପେଶ୍ ଡେ’ ଭାବେ ଘୋଷଣା କଲେ ।

Advertisment

ଏହା ପରେ ମୋଦୀ ବୈଜ୍ଞାନିକଙ୍କୁ ସମ୍ବୋଧନ କରିବା କ୍ରମରେ କହିଲେ, ‘ ଯେଉଁଠାରେ ବିଶ୍ୱର କେହି ପହଞ୍ଚିପାରିନାହାଁନ୍ତି ସେଠାରେ ଭାରତ ପହଞ୍ଚିପାରିଛି । ମୋ ଆଖି ଆଗରେ ଅଗଷ୍ଟ ୨୩ ତାରିଖର ପ୍ରତିଟି ସେକେଣ୍ଡ ଝଲସି ଉଠୁଛି । ଯେଉଁ କ୍ଷଣରେ ‘ଟଚ୍ ଡାଉନ୍’ ନିଶ୍ଚିତ ହୋଇଗଲା ସେହିସମୟରେ ଇସ୍ରୋ ସେଣ୍ଟରରେ ଏବଂ ପୁରା ଦେଶରେ ଲୋକଙ୍କ ପ୍ରତିକ୍ରିୟାକୁ କେବେବି ଭୁଲିପାରିବି ନାହିଁ । ସେ ମୁହୂର୍ତ୍ତ ଚିର ସ୍ମରଣୀୟ ହୋଇରହିଗଲା’ ।