ନୟାଗଡ ପରୀ ହତ୍ୟା ମାମଲା । ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପକସୋ କୋର୍ଟ । ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ମାମଲା ସ୍ଥାନାନ୍ତର ।

347

କନକ ବ୍ୟୁରୋ : ନୟାଗଡ ଯଦୁପୁର ପରୀ ହତ୍ୟା ମାମଲା । ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପକସୋ କୋର୍ଟ । ଏହାସହ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ମାମଲା ସ୍ଥାନାନ୍ତର କରିଛନ୍ତି । ପୂର୍ବରୁ ଅଭିଯୁକ୍ତକୁ ନାବାଳକ ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରିବାର ।

ଆଜି କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ ଓକିଲ । ପ୍ରମାଣ ପାଇବା ପରେ କୋର୍ଟ ଅଭିଯୁକ୍ତକୁ ନାବାଳକ ଦର୍ଶାଇଛନ୍ତି ।

ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରିଥିଲା ଏସଆଇଟି । ଏହାସହ ପରୀକୁ ସରୋଜ ହତ୍ୟା କରିଥିବା ନେଇ ସତ ମାନିଛି ବୋଲି ଏସଆଇଟି ପକ୍ଷରୁ ସୂଚନା ମିଳିଥିଲା । ଏହି ଆଧାରରେ ସରୋଜକୁ ଗିରଫ କରିଥିଲା ଏସଆଇଟି ।