ଅଭିଯୁକ୍ତ ସରୋଜ ସେଠୀକୁ ‘ନାବାଳକ’ ବୋଲି କହିଲେ ପକ୍ସୋ କୋର୍ଟ । ହେଲେ ବୟସ ନେଇ ଅଧିସ ଅନୁସନ୍ଧାନ କରିବ ଜୁଭେନାଇଲ୍ ଜଷ୍ଟିସ ବୋର୍ଡ ।

Advertisment
ଅଭିଯୁକ୍ତ ସରୋଜ ସେଠୀକୁ ‘ନାବାଳକ’ ବୋଲି କହିଲେ ପକ୍ସୋ କୋର୍ଟ । ହେଲେ ବୟସ ନେଇ ଅଧିସ ଅନୁସନ୍ଧାନ କରିବ ଜୁଭେନାଇଲ୍ ଜଷ୍ଟିସ ବୋର୍ଡ ।

କନକ ବ୍ୟୁରୋ : ସାରା ରାଜ୍ୟକୁ ଯେଉଁ ଘଟଣା ଦୋହଲାଇଦେଇଥିଲା ଏବଂ ଯାହାକୁ ନେଇ ଓଡିଶା ରଜାନୀତିରେ ହଲଚଲ ଆସିଥିଲା, ଇଏ ହେଉଛି ସେହି ବହୁ ଚର୍ଚ୍ଚିତ ପରି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ । କିନ୍ତୁ ସରୋଜ ଜଣେ ‘ନାବାଳକ’ ବୋଲି ଦର୍ଶାଇଛନ୍ତି ପକ୍ସୋ କୋର୍ଟ । ବୟସ ଦର୍ଶାଇବା ପାଇଁ ଅଭିଯୁକ୍ତ ସରୋଜ ପକ୍ଷରୁ କୋର୍ଟରେ ସ୍କୁଲ ସାର୍ଟିଫିକେଟ ଓ ଜନ୍ମ ସାର୍ଟିଫିକେଟ ଉପସ୍ଥାପନ କରାଯାଇଥିଲା ।ଏହି କାଗଜପତ୍ରକୁ ଆଧାର କରି କୋର୍ଟ ଅଭିଯୁକ୍ତକୁ ‘ଚାଉଲଡ ଇନ କନଫ୍ଲିକ୍ଟ ୱିଥ ଲ’ ଅର୍ଥାତ ‘ଆଇନ ସହ ବିବାଦ ଥିବା କିଶୋର’ବିବେଚନା କରି ନୟାଗଡ ଜୁଭେନାଇଲ ଜଷ୍ଟିସ ବୋର୍ଡ ଆଗରେ ହାଜର ହେବା ପାଇଁ କହିଛନ୍ତି ।

ତେବେ ନାବାଳକ ହେଲେ ମଧ୍ୟ କଠୋର ଦଣ୍ଡବିଧାନରୁ ବର୍ତିପାରିବ ନାହିଁ ସରୋଜ । କାରଣ ଜୁଭେନାଇଲ ଜଷ୍ଟିସ ଆକ୍ଟ-୨୦୧୫ ଅନୁସାରେ ଜୁଭେନାଇଲ ଜଷ୍ଟିସ ବୋର୍ଡ ଅଭିଯୁକ୍ତର ବୟସ ନିର୍ଦ୍ଧାରଣ କରିବା ପାଇଁ ଅନୁସନ୍ଧାନ କରିବ । ସେହି ଅନୁସାରେ କମିଟି ସ୍ଥିର କରିବ ଯେ ଏହି ମାମଲା ଜୁଭେନାଇଲ ଜଷ୍ଟିସ କୋର୍ଟରେ ବିଚାର ହେବ ନା ଚିଲଡ୍ରେନ କୋର୍ଟରେ ବିଚାର ହେବ ।

ନିର୍ଭୟା ମାମଲାକୁ ଦୃଷ୍ଟିରେ ରଖି ଜୁଭେନାଇଲ ଜଷ୍ଟିସ ଆକ୍ଟ-୨୦୧୫ରେ ହୋଇଥିବା ସଂଶୋଧନ ଅନୁସାରେ ଯଦି ଅଭିଯୁକ୍ତ ସଙ୍ଗିନ ମାମଲାରେ ଜଡିତ ଏବଂ ତାର ବୟସ ୧୬ରୁ ୧୮ବର୍ଷ ଭିତରେ ରହିଛି ତେବେ ଅଭିୁଯୁକ୍ତକୁ ବୟସ୍କ ହିସାବରେ ଗଣାଯିବ ।
ପରୀ ମାମଲାଟି ଜଘନ୍ୟ ଅପରାଧିକ ମାମଲା ହୋଇଥିବାରୁ ଆଇନ ଅନୁଯାୟୀ ଅଭିଯୁକ୍ତ ସରୋଜ ସେଠୀକୁ ବୟସ୍କ ଭାବରେ ବିଚାର କରିବାକୁ ଏସଆଇଟି ଆଇନଗତ ଫୋରମରେ ଆବେଦନ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe