କନକ ବ୍ୟୁରୋ: ୨୦୧୩ରେ ଓଡିଶା ଷ୍ଟାଫ ସିଲେକ୍ସନ୍ କମିଶନ ପୁଲିସ ବିଭାଗରେ ଚାକିରି ପାଇଁ ପରୀକ୍ଷା କରିଥିଲା । ଡିସେମ୍ବର ୨୦୧୬ରେ ପ୍ରକାଶ ପାଇଥିଲା ଫଳ । ଯେଉଁମାନେ ଚୁଡାନ୍ତ ଲିଷ୍ଟରେ ସ୍ଥାନ ପାଇଲେ ନାହିଁ, ସେମାନଙ୍କ ପାଇଁ ପୁଣି ଏକ ସପ୍ଲିମେଂଟାରୀ ଲିଷ୍ଟ ବାହାରିବ ବୋଲି ଚର୍ଚ୍ଚା ହେଲା ଆଉ ଏହିଠାରୁ ହିଁ ପଡିଥିଲା ଠକେଇର ମୁଳଦୁଆ ।
ବୈକୁଣ୍ଠନାଥ ନାୟକ ଏବଂ ଭୀମସେନ ମହାରଣା । ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ଆଶାୟୀ ପିଛା ୫ରୁ ୬ ଲକ୍ଷ ଟଙ୍କା ଆଦାୟ କରିଥିଲେ । ୩୮ ଜଣଙ୍କ ପାଖରୁ ପାଖାପାଖି ଦେଢ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ଆଶାୟୀଙ୍କ ପାଖରେ ନିଜକୁ ଗୃହ ବିଭାଗର ଏଏସଓ ଏବଂ ବଡ ଅଧିକାରୀର ପରିଚୟ ଦେଇଥିଲେ । ହେଲେ ଦିନ ଗଡିଯିବା ପରେ ଯେତେବେଳେ ଚାକିରି ମିଳିଲାନି, ସେତେବେଳେ ଠକାମୀର ଶିକାର ହୋଇଥିବା ଅନୁମାନ କରି ଥାନାକୁ ଯାଇଥିଲେ ଆଶାୟୀ ।
ତଦନ୍ତ ପରେ ଜଣାପଡିଛି ଭୀମସେନ ମହାରଣା ଜଣେ ସରକାରୀ ଅବସରପ୍ରାପ୍ତ କର୍ମଚାରୀ । ଉଚ୍ଚ ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ଭାବରେ ସେ ଅବସର ଗ୍ରହଣ କରିଥିଲେ । ଆଉ ନିଜ ପକେଟ ଗରମ କରିବାକୁ ଯାଇ ଚାକିରି ଆଶାୟୀଙ୍କ ପକେଟ ଖାଲି କରୁଥିଲେ । ଗିରଫ ବେଳେ ବୈକୁଣ୍ଠନାଥ ନାଇକଙ୍କ ନିକଟରୁ ୧୨ଟି ଏଟିଏମ କାର୍ଡ଼ ଓ ଜାଲ ପରିଚୟ ପତ୍ର ଜବତ କରିଛି ପୁଲିସ । ଅଭିଯୁକ୍ତ ମାନଙ୍କର ସମସ୍ତ ଆକାଉଂଟ ଫ୍ରିଜ କରିଛି ଇଓଡ଼ବ୍ଲ୍ୟୁ । ଯଦି ଆଉ କେହି ବ୍ୟକ୍ତି ଏମାନଙ୍କ ଦ୍ୱାରା ଠକାମିର ଶିକାର ହୋଇଛନ୍ତି, ଇଓଡବ୍ଲ୍ୟୁକୁ ଆସି ମାମଲା ରୁଜୁ କରିବାକୁ ଆହ୍ୱାନ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/11/36-9.jpg)