କରୋନା ସଂକଟ ଭିତରେ ଦେଶ ପାଳୁଛି ୭୪ ତମ ସ୍ୱାଧୀନତା ଦିବସ: ଲାଲକିଲ୍ଲାରୁ ପତାକା ଉତୋଳନ କଲେ ପ୍ରଧାନମନ୍ତ୍ରୀ; ଲାଲକିଲ୍ଲାରେ ଉତ୍ସବ ସ୍ଥଳରେ ସାମାଜିକ ଦୂରତା ଉପରେ ଗୁରୁତ୍ୱ

81

କନକ ବ୍ୟୁରୋ: କରୋନା କାଳରେ ଦେଶ ପାଳନ କରୁଛି ୭୪ ତମ ସ୍ୱାଧାନତା ଦିବସ । ଲାଲକିଲ୍ଲାରେ ଜାତୀୟ ପତାକା ଉତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ଠିକ୍ ୭ଟା ୩୦ ମିନିଟ୍ ରେ ପତାକା ଉତୋଳନ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ରାଜଘାଟରେ ପହଂଚି ମହାତ୍ମା ଗାନ୍ଧିଙ୍କ ସମାଧୀ ସ୍ଥଳରେ ପ୍ରଥମେ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ଏହା ପରେ ରାଜଘାଟରୁ ଗସ୍ତ କରିଥିଲେ ଲାଲକିଲ୍ଲାର ପରେଡ ସ୍ଥଳକୁ ।

ଜାତୀୟ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଶତାଧିକ ଅତିଥୀ ସାମିଲ ହୋଇ ୭୪ ତମ ସ୍ୱାଧୀନତା ଦିବସର ମୁଖସାକ୍ଷୀ ହୋଇଛନ୍ତି । ତେବେ ଏଥର ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପରେଡ ସ୍ଥଳରେ ମୋଟ୍ ଅତିଥୀ ସଂଖ୍ୟାକୁ ୨ ହଜାର ମଧ୍ୟରେ ସୀମିତ ରଖାଯାଇଛି । ସାର୍ବଜନୀନ ପାସ୍ ବ୍ୟବସ୍ଥା ବନ୍ଦ ସହିତ ସାମାଜିକ ଦୂରତା ରକ୍ଷା କରି ଆସନ ବ୍ୟବସ୍ଥା ହୋଇଛି । ଅତିଥୀଙ୍କ ସୁରକ୍ଷାରେ ମୁତୟନ ଥିବା ସୁରକ୍ଷାକର୍ମୀ ତଥା ଅନ୍ୟ ଅଧିକାରୀଙ୍କୁ ପିପିଇ କିଟ୍ ପିନ୍ଧି ଲାଲକିଲ୍ଲାର ପରେଡ ସ୍ଥଳର ସ୍ଥିତି ଉପରେ ନଜର ରଖୁଥିବା ଦେଖିବାକୁ ମିଳିଛି ।