ସମ୍ବଲପୁର କୁଚିଣ୍ଡା ଉପଖଣ୍ଡରେ ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା : ମଣ୍ଡିରେ ପଡ଼ିଛି ହଜାର ହଜାର ପ୍ୟାକେଟ ଧାନ; କଟନିଛଟନି ବିବାଦ ଓ ମିଲର ଆସୁନଥିବାରୁ ସମସ୍ୟା

ଫାସୀମାଲ ମଣ୍ଡିରେ କନକ ନ୍ୟୁଜର ରିଆଲେଟି ଚେକ୍

68

କନକ ବ୍ୟୁରୋ : ସମ୍ବଲପୁର କୁଚିଣ୍ଡା ଉପଖଣ୍ଡର ତିନି ଗୋଟି ବ୍ଲକର ବିଭିନ୍ନ ମଣ୍ଡିରେ ଚାଲିଛି ଧାନ ସଂଗ୍ରହ ପ୍ରକ୍ରିୟା । ହେଲେ ଧାନ ଅମଳ କରି ମଣ୍ଡିକୁ ବିକ୍ରି କରିବାକୁ ଆଣିଥିବା ବେଳେ ଚାଷୀଙ୍କ ଦୁର୍ଦ୍ଦଶା ଆହୁରି ବଢିଯାଇଛି । ଜମନକିରା ବ୍ଲକର ଫାଶୀମାଲ ମଣ୍ଡି ସମେତ ଅନ୍ୟାନ ମଣ୍ଡିରେ ପଡିରହିଛି ହଜାର ହଜାର ବସ୍ତା ଧାନ ।

ମିଲର ଆସୁ ନଥିବା ଏବଂ ମିଲର , ଚାଷୀ ଙ୍କ ମଧ୍ୟରେ କଟନି ଛଟନି କୁ ନେଇ ବିବାଦ ଛିଡୁ ନଥିବା ଯୋଗୁଁ ଏଭଳି ସମସ୍ୟା ଉପୁଜିଛି । ଅନ୍ୟ ପଟେ ଧାନ କିଣୁଥିବା ଲ୍ୟାମ୍ପସର କର୍ମଚାରୀ କହୁଛନ୍ତି ଆମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଦେଉଛୁ । କିନ୍ତୁ ମିଲର ଆସୁନଥିବାରୁ ଧାନ ଉଠିପରୁନାହିଁ । ଏଭଳି ସ୍ଥିତିରେ ଫାଶୀମାଲ ମଣ୍ଡିରେ ରିଅଲଟି ଚେକ କରିଛି କନକ ନ୍ୟୁଜ ।