ଆସନ୍ତା ୨୦୨୨-୨୩ ସୁଦ୍ଧା ପୁରୀରୁ ଉଡିବ ବିମାନ । ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

332

କନକ ବ୍ୟୁରୋ: ଆସନ୍ତା ୨୦୨୨-୨୩ ସୁଦ୍ଧା ପୁରୀରୁ ଉଡିବ ବିମାନ । ସବୁ ଠିକ ଠାକ ଚାଲିଲେ ଉଡିବା ସମ୍ଭାବନା ଉଜ୍ଜଳ । ବର୍ତ୍ତମାନ କରୋନା ପାଇଁ ବିମାନ ବନ୍ଦର ଉନ୍ନତିକରଣ ପ୍ରଭାବିତ ହେଉଛି । ରାଉରକେଲା, ଉତକେଲା, ଜୟପୁର, ରଙ୍ଗେଇଲୁଣ୍ଡାରୁ ଉଡାଣ ପାଇଁ ସହଯୋଗ କରୁଛୁ । ଏହାସହ ସମସ୍ତ ଅବିଭକ୍ତ ଜିଲ୍ଲାରେ ଏୟାରଷ୍ଟ୍ରିପ ଉନ୍ନତି ପାଇଁ ଆଲୋଚନା ଚାଲିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ସେପଟେ ଡାକୋଟା ବିମାନ ପାଇଁ ଜାଗା ଚିହ୍ନଟ ହୋଇଯାଇଥିବା କହିଛନ୍ତି ପରିବହନ ମନ୍ତ୍ରୀ । ଭୁବନେଶ୍ୱର ବିମାନ ବନ୍ଦର ନିକଟ ବିଜୁ ପ୍ରତିମୂର୍ତ୍ତିରେ ରଖିବାକୁ ନିଷ୍ପତ୍ତି ହୋଇଛି । ଏନେଇ ଏୟାରପୋର୍ଟ ଅଥରିଟିଙ୍କୁ ରାଜ୍ୟ ସରକାର ଚିଠି ଲେଖିଥିଲେ ।