ମଝି ଆକାଶରେ ଅସୁସ୍ଥ ହୋଇପଡିଲେ ଯାତ୍ରୀ: ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ବିମାନ 

Advertisment
ମଝି ଆକାଶରେ ଅସୁସ୍ଥ ହୋଇପଡିଲେ ଯାତ୍ରୀ: ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ବିମାନ 

କନକ ବ୍ୟୁରୋ: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆଜି ସନ୍ଧ୍ୟାରେ ଏକ ବିମାନ ‘ଏଆର ଏସିଆ’ ଜରୁରୀକାଳୀନ ଅବତରଣ କରିଛି। ବିମାନଟି ରାଞ୍ଚିରୁ ଚେନ୍ନାଇ ଯାଉଥିବା ବେଳେ ଏଥିରେ ବସିଥିବା ଜଣେ ଯାତ୍ରୀ ହଠାତ୍‌ ଅସୁସ୍ଥ ହୋଇଥିଲେ। ଏବାବଦରେ ପାଖରେ ବସିଥିବା ଯାତ୍ରୀମାନେ ବିମାନ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ଏହା ପରେ ବିମାନଟି ଜରୁରୀକାଳୀନ ଅବତରଣ କରାଯାଇଥିବା ଜଣାପଡ଼ିଛି। ସଂପୃକ୍ତ ରୋଗୀଙ୍କୁ  ବିମାନବନ୍ଦରରୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଗତ ଡିସେମ୍ବର ୩୧ ତାରିଖ ଅପରାହଣ ୧ଟା ୨୦ ମିନିଟରେ ଭୁବନଶ୍ବର ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିବା ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ କିଛି ସମୟ ପରେ ପୁଣି ଫେରି ଆସିଥିଲା। ବିମାନଟି କୋଲକାତାରୁ ଆସି ଝାରସୁଗୁଡ଼ାରେ ଅବତରଣ କରିବା ପରେ ଯାତ୍ରୀଙ୍କୁ ନେଇ ପୁଣି ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲା। ତେବେ ଟେକ୍‌ଅପ୍‌ କରିବା ପରେ ବିମାନର ଚକ ଗୁଡ଼ିକ ଠିକ୍‌ ଭାବରେ ସଟ୍‌ଡାଉନ୍‌ ହୋଇ ପାରି ନଥିଲା। ପାଇଲଟ୍‌ ଅନେକ ଚେଷ୍ଟା କରି ମଧ୍ୟ ଚକ୍‌ଗୁଡ଼ିକ ଭିତରକୁ  ନପଶିବାରୁ ପାଇଲଟ୍‌ ବିମାନକୁ ପୁଣି ଝାରସୁଗୁଡ଼ା ଫେରାଇ ଆଣି ସୁରକ୍ଷିତ ଭାବରେ ଅବତରଣ କରିଥିଲେ। ବିମାନରେ ଥିବା ଯାତ୍ରୀ ସୁରକ୍ଷିତ ଭାବରେ ବିମାନରୁ ଓହ୍ଲାଇଥିଲେ। ଏହି ସମୟରେ ଭୁବନେଶ୍ବର ଯାତ୍ରାକୁ ବାତିଲ କରାଯାଇଥିଲା। ମରାମତି ପରେ ସନ୍ଧ୍ୟାରେ ବିମାନ ପୁଣି କୋଲକାତା ଅଭିମୁଖେ ଯାତ୍ରା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe