ପ୍ଲାଜ୍‌ମା ଦାନକଲେ ଡାକ୍ତରୀ ଛାତ୍ରୀ, ରାଜ୍ୟରେ ପ୍ରଥମ ମହିଳା ଭାବେ ଉଦାହରଣ ସୃଷ୍ଟିକଲେ

ପ୍ଲାଜ୍‌ମା ଦାନକଲେ ଡାକ୍ତରୀ ଛାତ୍ରୀ, ରାଜ୍ୟରେ ପ୍ରଥମ ମହିଳା ଭାବେ ଉଦାହରଣ ସୃଷ୍ଟିକଲେ

କନକ ବ୍ୟୁରୋ :  ରାଜ୍ୟର ପ୍ରଥମ ମହିଳା ଭାବେ ଜଣେ ଡାକ୍ତରୀ ଛାତ୍ରୀ ପ୍ଲାଜ‌ମା ଦାନ କରିଛନ୍ତି। ଏନ୍‌ଡିଆରଏଫ୍‌ ଯବାନ, ଅଗ୍ନିଶମ ଓ ପୁଲିସ ବିଭାଗ କର୍ମଚାରୀ ଓ ଡାକ୍ତରଙ୍କ ପରେ କରୋନାରୁ ସୁସ୍ଥ ହୋଇଥିବା ଏହି ଡାକ୍ତରୀ ଛାତ୍ରୀ ପ୍ଲାଜମା ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ଏହି ଛାତ୍ରୀ ଗତ ଜୁନ୍‌ ୨୬ ତାରିଖରେ ସେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିଲେ। ଏମ୍‌ବିବିଏସ୍‌ର ଶେଷବର୍ଷରେ ପଢ଼ୁଥିଲାବେଳେ  ତାଙ୍କର ଶେଷ ବର୍ଷର ପରୀକ୍ଷା ସରିଛି। ସେ ଏସ୍‌ସିବି ପ୍ଲାଜମା ବ୍ୟାଙ୍କରେ ପହଞ୍ଚି ତାଙ୍କର ପ୍ଲାଜମା ଦାନ କରିଛନ୍ତି। ପ୍ଲାଜମା ଦାନ ସମୟରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକ, ପ୍ଲାଜମା ବ୍ୟାଙ୍କର ନୋଡାଲ ଅଫିସର ଆସୋସିଏଟ୍‌ ପ୍ରଫେସର ଡାକ୍ତର ସ୍ମିତା ମହାପାତ୍ରଙ୍କ ସମେତ ରକ୍ତଭଣ୍ଡାର କର୍ମଚାରୀ, ଡାକ୍ତରୀ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ନିଜର ପ୍ରତିକ୍ରିୟାରେ ଛାତ୍ରୀ କହିଛନ୍ତି ଯେ, ଜଣଙ୍କର ପ୍ଲାଜମା ଦାନରେ ଦୁଇଟି ଜୀବନ ବଞ୍ଚି ପାରିବ। ତେଣୁ କରୋନାରୁ ସୁସ୍ଥ ହେଉଥିବା ମହିଳାମାନେ ପ୍ଲାଜମା ଦାନ ପାଇଁ ଆଗେଇ ଆସିବା ଉଚିତ।

ଏଯାଏ ମୋଟ ୨୯ ଜଣ କରୋନାରୁ ସୁସ୍ଥ ହେବାପରେ ପ୍ଲାଜମା ଦାନ କରିସାରିଲେଣି। ସମୁଦାୟ ୫୮ଟି ପ୍ଲାଜମାରୁ ଏଯାଏ ୪୫ଟି ପ୍ଲାଜମା ବ୍ୟବହାର ହୋଇ ସାରିଥିବାବେଳେ ୧୩ଟି ପ୍ଲାଜମା ବ୍ୟାଙ୍କରେ ଜମା ରହିଛି। ରାଜ୍ୟରେ ପ୍ରଥମ ପ୍ଲାଜମା ଥେରାପିର ସୁବିଧା ପାଇଥିବା କରୋନା ସଂକ୍ରମିତ କଟକ ପୁରୁଣାରାଉସ୍‌ପାଟଣାର ମମତା ସେନ୍‌ ପ୍ଲାଜମା ଥେରାପି ପାଇବା ପରେ ଇତିମଧ୍ୟରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe