କନକ ବ୍ୟୁରୋ: କଂଗ୍ରେସର ନେତା ସଚିନ ପାଇଲଟ ପୁଣି ଥରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟଙ୍କୁ ଟାର୍ଗେଟ କରିଛନ୍ତି । ନାଁ ନନେଇ ସେ ଗେହଲଟଙ୍କ ଉପରେ ହମଲା କରିଛନ୍ତି । ପାଇଲଟ କହିଛନ୍ତି, ସରକାରରେ କାମ କରିବାର ମୋତେ ସୁଯୋଗ ମିଳିଥିଲା । ମୁଁ ସବୁବେଳେ ଅନ୍ୟମାନଙ୍କୁ ସମ୍ମାନ ଦେଇଥାଏ । ଆମ ସମୟରେ ଯଦି କିଛି ଦୋଷତୃଟି ଅଛି ତେବେ ଦୋଷ ଦେବା ବଦଳରେ କେମିତି ଏହାକୁ ଠିକ କରାଯାଇପାରିବ ସେଥିପ୍ରତି ଦୃଷ୍ଟିଦେବା ଦରକାର ।
ରବିବାର ସଚିନ ତାଙ୍କ ବାପା ରାଜେଶ ପାଇଲଟଙ୍କ ପୁଣ୍ୟତିଥିରେ ଦୋସାରେ ଏକ ମୂର୍ତ୍ତିର ଅନାବରଣ କରିଛନ୍ତି । ପାଇଲଟ ଆହୁରି ମଧ୍ୟ କହିଛନ୍ତି, କୌଣସି ପଦରେ ଆମେ ଥାଉ କି ନଥାଉ ଜନତା କିନ୍ତୁ ସବୁ ଦେଖୁଛନ୍ତି ଆଉ ହିସାବ କରୁଛନ୍ତି । ମୁଁ ଗତ ୨୫ ବର୍ଷରେ ଏଭଳି କିଛି କାମ କରିନାହିଁ ଯେଉଁ କାରଣରୁ ଲୋକଙ୍କ ବିଶ୍ୱାସ ମୋ ପ୍ରତି କମିଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/Collage-Maker-11-Jun-2023-04-28-PM-1234.jpg)