କନକ ବ୍ୟୁରୋ : ଉପାନ୍ତରୁ ଆସିଛି ଜନନୀ ଯନ୍ତ୍ରଣାର ଚିତ୍ର । ସ୍ୱାଭିମାନ ଅଂଚଳ ଚିତ୍ରକୋଣ୍ଡା ଅଂଚଳରେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବାକୁ ପହଁଚି ପାରିଲାନି ଆଂବୁଲାନ୍ସ । ଦୋଳାରେ ୪ କିଲୋମିଟର ବାଟ ବେଡସିଟ୍ ଭାରାରେ ନେବା ପରେ ଡାକ୍ତରଖାନାକୁ ନେଇଥିଲେ । ଚିତ୍ରକୋଣ୍ଡା ପଂଚାୟତ ସମିତିର ଦୁର୍ଗମ ପାହାଡିଆ ଅଂଚଳ କପାତୁଟି ପଂଚାୟତ ତିଆଲୁମା ଗାଁକୁ ନାହିଁ ଭଲ ରାସ୍ତା । ମାରଗେଲ୍ ଆୟମାଙ୍କ ପତ୍ନୀଙ୍କ ଗର୍ଭ ଯନ୍ତ୍ରଣା ବଢିବା ପରେ ପରିବାର ଓ ଗାଁ ଲୋକେ ତାଙ୍କୁ ଦୋଳାରେ ଧରି ବାହାରିଥିଲେ ଡାକ୍ତରଖାନା ।
ପାହାଡିଆ ଗାଁ ପେଡାଲାଙ୍କା, ମାରିଗୁଡା ଏବଂ ଗମେଂଟଗୁଡା ଗାଁ ପାର ହୋଇ କପାତୁଟି ପଂଚାୟତରେ ପହଁଚିଥିଲେ । ଏହି ଠାରୁ ଦୋଳାରୁ ବାହାର କରି ଗର୍ଭବତୀଙ୍କୁ ଆଂବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ଗୁରୁତର ଗର୍ଭବତୀ ଡାକ୍ତରଖାନାରେ ସନ୍ତାନଟିଏ ଜନ୍ମ ଦେଇଥିଲେ । କିନ୍ତୁ ନବଜାତଟି ଦୁନିଆ ଦେଖିବା ଆଗରୁ ଆଖି ବୁଜି ଦେଇଥିଲା । ମାଆ ବଂଚି ଯାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/19-4.jpg)