ବିକାଶର ନଗ୍ନ ଚିତ୍ର । ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର, ଗର୍ଭବତୀ ମହିଳାଙ୍କୁ ଭାରରେ ବୋହି ବୋହି ଆଣିଲେ ଡାକ୍ତରଖାନା

102

କନକ ବ୍ୟୁରୋ : ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକରୁ ଆସିଛି ଜନନୀ ଯନ୍ତ୍ରଣାର ଚିତ୍ର । ଗର୍ଭବତୀ ମହିଳାଙ୍କୁ ଭାରରେ ବୋହି ବୋହି ଆଣିଲେ ଡାକ୍ତରଖାନା । ଚନ୍ଦାହାଣ୍ଡି ବ୍ଲକର ପାଟଖଳିଆ ଗାଁର ଗୋରଝରିଆ ଗାଁର ମହେଶ୍ୱର ସାନ୍ତାଙ୍କ ପତ୍ନୀଙ୍କର ଗତକାଲି ରାତିରେ ଗର୍ଭ ଯନ୍ତ୍ରଣା ହୋଇଥିଲା । ୧୦୨ ଆଂବୁଲାନ୍ସକୁ ଫୋନ୍ କଲେ ମଧ୍ୟ ଗାଁକୁ ପହଁଚି ପାରିନଥିଲା ଆଂବୁଲାନ୍ସ । ଆଜି ବି ଏହି ଅଂଚଳକୁ ଭଲ ରାସ୍ତା ଟିଏ ନାହିଁ । ତେଣୁ ଗାଁ ଠାରୁ ପ୍ରାୟ ୧ କିଲୋମିଟର ଦୂରରେ ରହିଲା ଆଂବୁଲାନ୍ସ ।

ପରିବାର ଲୋକେ ଏକ ଭାରରେ ଗର୍ଭବତୀ ମହିଳାଙ୍କୁ ବୋହି ବୋହି ଆଣି ପହଁଚାଇଥିଲେ ଆଂବୁଲାନ୍ସରେ । ଏହାପରେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନିଆଯାଇଛି । ଉପାନ୍ତ ଅଂଚଳରେ ବିକାଶ କିପରି ହୋଇଛି ଏହି ଚିତ୍ର ହିଁ ବୟାନ୍ କରୁଛି । ରାସ୍ତା ଟିଏ ପାଇଁ ପ୍ରଶାସନକୁ ଗୁହାରି କଲେ ମଧ୍ୟ ଆଜି ଯାଏଁ ତାହା ପୂରଣ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ପାଟଖଳିଆ ଗ୍ରାମବାସୀ ।