ଡ୍ରଗସ୍ ମାଫିଆ ଏବଂ ଆଇଆଇସିଙ୍କ ଫୋନୋ ଅଡିଓ ଭାଇରାଲ ଘଟଣା : ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁଙ୍କୁ ସସପେଣ୍ଡ୍ କଲେ ପୋଲିସ ଡିଜି ; ମାଫିଆଙ୍କ ଜବତ ଗାଡିକୁ ଛାଡିବା ପାଇଁ ଆଇଆଇସି କରୁଥିଲେ ମୁଲଚାଲ

180

କନକ ବ୍ୟୁରୋ : ଆଇଆଇସିଙ୍କୁ ମହଙ୍ଗା ପଡିଲା ଧଳା ଜହର ମାଫିଆଙ୍କ ସହ ଫୋନରେ ବାର୍ତାଳାପ । ଘଟଣା ଭାଇରାଲ୍ ହେବା ପରେ ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁଙ୍କୁ କାର୍ଯ୍ୟରୁ ନିଲଂବନ କରିଛନ୍ତି ପୋଲିସ ଡିଜି । ଡ୍ରାଗସ୍ ମାଫିଆ ଏବଂ ଆଇଆଇସିଙ୍କ ଫୋନୋ ଅଡିଓ ଭାଇରାଲ ଘଟଣା ସାମ୍ନାକୁ ଆସିବା ପରେ ପରେ ଡିଜି ନେଇଛନ୍ତି ତୁରନ୍ତ ପଦ କ୍ଷେପ । ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହ ଡ୍ରଗ୍ସ ମାଫିଆଙ୍କ ଜବତ ଗାଡିକୁ ଛାଡିବା ପାଇଁ ମୁଲଚାଲ କରୁଥିଲେ ।

ସୂଚନା ଅନୁସାରେ, ନିଶା କାରବାରରେ ଧରାପଡ଼ି ଜାମିନରେ ବାହାରିବା ପରେ ମାଫିଆ ଜଣକ ଜବତ ଗାଡ଼ିକୁ ଛଡ଼ାଇବା ପାଇଁ ପୁଲିସ ଅଧିକାରୀଙ୍କ ସହ ମୁଲଚାଲ କରୁଥିବାର ଅଡ଼ିଓ ସାମ୍ନାକୁ ଆସିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଆସିଛି ଏପରି ସାଂଘାତିକ ଅଭିଯୋଗ ଏବଂ  ଭାଇରାଲ ଅଡିଓରେ ନିଶା ବେପାରୀ ସହ କଥା ହେଉଥିବା ବାବୁ ଜଣକ ଜଲେଶ୍ୱର ଥାନା ଆଇଆଇସି ଧନେଶ୍ୱର ସାହୁ ବୋଲି ଚର୍ଚ୍ଚା ହେଉଛି । ସେପଟେ ପୁଲିସ ଓ ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ ମଧ୍ୟସ୍ଥି ସାଜିଛନ୍ତି ଜଣେ ଓକିଲ ।

ଅଭିଯୋଗ ଅନୁସାରେ ଫୋନର ଗୋଟିଏ ପଟେ ଅଛନ୍ତି  ଡ୍ରଗ୍ସ ମାଫିଆ ଓ ଆଉ ଗୋଟିଏ ପଟେ ଅଛନ୍ତି ଜଳେଶ୍ୱର ଥାନାର ଆଇଆଇସି ଧନେଶ୍ୱର ସାହୁ ।  ଡ୍ରଗ୍ସ ମାଫିଆଜଣକ ବ୍ରାଉନସୁଗାର କାରବାର କରି ଧରାପଡ଼ିବା ପରେ  ଏବେ  ଜାମିନରେ ଅଛି। କିନ୍ତୁ ତାର ଜବତ ଗାଡ଼ି  ଜଳେଶ୍ୱର ଥାନା ଆଇଆଇସିଙ୍କ କବଜାରେ ଅଛି । ଉକ୍ତ ଗାଡ଼ିକୁ  ଛଡ଼ାଇବା ପାଇଁ ମାଫିଆ ଜଣକ ପୁଲିସ ଆଇଆଇସିଙ୍କୁ ୨ଲକ୍ଷ ଟଙ୍କା ଦେଇଥିବା କଥା କହୁଥିବା ସ୍ପଷ୍ଟ ଶୁଣାଯାଉଛି।