କନକ ବ୍ୟୁରୋ: ଆମେରିକାରେ ଏବେ ୫ରୁ ୧୧ବର୍ଷର ପିଲାମାନଙ୍କୁ ଦିଆଯିବ କରୋନା ଟିକା । ଶନିବାର ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ ଏଫଡିଏ ପିଲାଙ୍କୁ ଟିକା ଦେବା ନେଇ ମଂଜୁରୀ ପ୍ରଦାନ କରିଛନ୍ତି । ଫାଇଜର ବାୟୋ-ଏନ-ଟେକ ଦ୍ୱାରା ପ୍ରସ୍ତୁତ ଟିକାକୁ ଏହି ମଂଜୁରୀ ମିଳିଛି । ଫାଇଜର ପକ୍ଷରୁ କୁହାଯାଇଛି କି ଏହି ଟିକାର ଦୁଇଟି ଡୋଜ ପିଲାମାନଙ୍କୁ ୨୧ ଦିନ ଅନ୍ତରରେ ଦିଆଯିବ ।
ଅନୁମତି ମିଳିବା ପୂର୍ବରୁ ଗୋଟିଏ ଉଚ୍ଚସ୍ତରୀୟ କମିଟି ଏହାର ଯାଂଚ କରିଥିଲା । ଟ୍ରାଏଲ ଟିକା ନେବା ପରେ ପିଲାଙ୍କ ଶରୀରରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇ ନଥିଲା । ତେଣୁ ଏଫଡିଏ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି । ଆମେରିକାରେ ୬୦ଲକ୍ଷରୁ ଅଧିକ ପିଲା କରୋନାରେ ସଂକ୍ରମିତ ହୋଇସାରିଛନ୍ତି ଓ ଟିକାକରଣ ପରେ ପିଲାମାନଙ୍କୁ କରୋନା ସଂକ୍ରମଣୁ ସୁରକ୍ଷା ଦିଆଯାଇପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/34-22.jpg)