କିଏ ସେହି ବ୍ୟକ୍ତି, ଯିଏ ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଡାକୁଥିଲେ ମନ୍ତ୍ରୀଙ୍କ ନାଁ

1,332

ରାଷ୍ଟ୍ରପତି ଭବନର ବିଶାଳ ପ୍ରାଙ୍ଗଣରେ ଯେବେ ମୋଦି ସରକାର ୨.୦ର ମନ୍ତ୍ରୀ ଜଣେ ଜଣେ କରି ଶପଥ ନେଉଥିଲେ । ସେତେବେଳେ କ୍ରିମ ରଙ୍ଗର ସୁଟ୍ ପିନ୍ଧି ଜଣେ ବ୍ୟକ୍ତି ବାରମ୍ବାର ମନ୍ତ୍ରୀଙ୍କ ନାଁ ଡାକୁଥିଲେ । ଯେପର୍ଯ୍ୟନ୍ତ ମନ୍ତ୍ରୀଙ୍କ ଶପଥ ଚାଲୁଥିଲା, ସେ ସେହି କାମ କରିଚାଲିଥିଲେ । ସାରା ଦେଶ ତାଙ୍କୁ ଟିଭିରେ ଦେଖିଛି । କିଏ ସେ ବ୍ୟକ୍ତି ? ସମସ୍ତେ ତାଙ୍କୁ ରାଷ୍ଟ୍ରପତିଙ୍କ ପାଖରେ ଛିଡା ହୋଇ ମନ୍ତ୍ରୀଙ୍କ ନାମ ଡାକୁଥିବାର ଦେଖିଥିଲେ । ସେ ବ୍ୟକ୍ତି ଜଣକ ହେଉଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଚିବ ସଂଜୟ କୋଠାରୀ । ସେ ୧୯୭୮ ବ୍ୟାଚର ଆଇଏଏସ୍ ଅଫିସର । ବର୍ଷ ୨୦୧୬ରେ ସେ ଅବସର ନେବାର ଗୋଟିଏ ବର୍ଷ ପରେ ତାଙ୍କୁ ସଚିବ ପଦରେ ନିଯୁକ୍ତି ମିଳିଥିଲା ।

ସଂଜୟ କୋଠାରୀ ହରିୟାଣା କ୍ୟାଡରର ଆଇଏଏସ୍ ଅଫିସର ଥିଲେ । ସେ କେନ୍ଦ୍ର ଓ ରାଜ୍ୟର ଅନେକ ପଦରେ କାମ କରିଛନ୍ତି । ନିଯୁକ୍ତି ଆରମ୍ଭରୁ ହିଁ ଏସଡିଏମ୍ କିମ୍ବା କଲେକ୍ଟର ପଦ ପାଇଛନ୍ତି । ସେ ଜଣେ ଟାଣୁଆ ଅଫିସର ଭାବେ ଜଣାଶୁଣା । ତାଙ୍କ ସମୟରେ ଅବୈଧ କାମ ସବୁ ବନ୍ଦ ହୋଇଯାଉଥିଲା । ସେ ଦୀର୍ଘ ସମୟ ଧରି ପ୍ରଶାସନିକ ସେବା କରିଛନ୍ତି । କୁହାଯାଏ କି, ବର୍ଷ ୨୦୧୪ରେ ଯେତେବେଳେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେଲେ ଆଇଏଏସ ଅଧିକାରୀଙ୍କ ବୈଠକ ଡାକିଥିଲେ । ସଂଜୟ କୋଠାରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଭାବିତ କରିଥିଲେ । ଏହାର କିଛି ସମୟ ପରେ ଡିପାର୍ଟମେଣ୍ଟ ଅପ୍ ପର୍ସନଲ ଆଣ୍ଡ ଟ୍ରେନିଙ୍ଗର ସଚିବ କରାଯାଇଥିଲା ।