କନକ ନ୍ୟୁଜର ବଡ ପ୍ରଭାବ । ନ୍ୟାୟ ପାଇଲେ ରୁଣ ଆଣିଥିବା ବ୍ୟକ୍ତି

388

କନକ ବ୍ୟୁରୋ : କନକ ନ୍ୟୁଜର ବଡ଼ ପ୍ରଭାବ । ନ୍ୟାୟ ପାଇଲେ ଋଣ ଆଣିଥିବା ବ୍ୟକ୍ତି । ବିଳମ୍ବିତ ରାତିରେ ଘରେ ଛାଡିଲା ପୁଲିସ । ଘର ନିର୍ମାଣ ପାଇଁ କରଜ ଆଣିଥିବା ଟଙ୍କା ଶୁଝି ନପାରିବାରୁ ଘର ମାଲିକଙ୍କୁ ଘରୁ ବାହାର କରି ଘର ତାଲା ପକାଇଲେ ରୁଣ ଦେଇଥିବା ବ୍ୟକ୍ତି । ଉପାୟ ନପାଇ ଘର ଆଗ ରାସ୍ତାରେ ଖୋଲା ଆକାଶ ତଳେ ଭାଗ୍ୟକୁ ଆଦରି ପଡରହିଥିଲେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବରବାରିଆ ଗାଁର ସୁଧୀର ଜେନାଙ୍କ ପରିବାର । କାନ୍ଦି କାନ୍ଦି କହିଥିଲେ କିପରି ଋଣ ନେଇଥିବା ବ୍ୟକ୍ତି ତାଙ୍କ ଉପରେ ଜୁଲମ କରୁଛି ।

ସୁଧୀର ଘର କରିବା ପାଇଁ ଗାଁର ସୁଶୀଲ ଜେନା ନାମଙ୍କ ଜଣେ ବ୍ୟକ୍ତିଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା କରଜ ଆଣିଥିଲେ । ହେଲେ, ଶୁଝି ପାରିନଥିବାରୁ ସୁଧୀରଙ୍କ ଘରକୁ ତାଲା ପକାଇ ଦେଇଛନ୍ତି ସୁଶୀଲ । ସୁଧୀର ଏବେ ପାରାଲିସସ ଆକ୍ରାନ୍ତ ଥିବା ବେଳେ ପରିବାର ଲୋକେ ରାସ୍ତାକୁ ଆସିଯାଇଥିଲେ । ଏପରିକି ତଳସାରୀ ମେରାଇନ ପୁଲିସ ସେମାନଙ୍କୁ ସହାୟତା କରୁନଥିବା ଅଭିଯୋଗ ଆଣିଥିଲେ । ଖବର ବାଜିବା ପରେ ଗତକାଲି ପୁଲିସ ପୁରା ପରିବାରକୁ ସାଙ୍ଗରେ ନେଇଯାଇଥିଲା । ଅନ୍ୟତ୍ୟ ଥଇଥାନ କରିବାକୁ ଚେଷ୍ଟା କରି ବିଫଳ ହେବାରୁ ଶେଷରେ ରାତି ପ୍ରାୟ ଗୋଟାଏ ବେଳେ ପୁଲିସ ଆଣି ସେମାନଙ୍କୁ ଘରେ ଛାଡିଥିଲା ।