ବିଦେଶ ମାଟିରେ ନୂଆଁଖାଇ । ଆମେରିକାରେ ନୂଆଁଖାଇ ପାଳିଲେ ପଶ୍ଚିମ ଓଡିଶା ଲୋକ ।

Advertisment
ବିଦେଶ ମାଟିରେ ନୂଆଁଖାଇ । ଆମେରିକାରେ ନୂଆଁଖାଇ ପାଳିଲେ ପଶ୍ଚିମ ଓଡିଶା ଲୋକ ।

କନକ ବ୍ୟୁରୋ: ବିଦେଶ ମାଟିରେ ନୂଆଁଖାଇ ପାଳନ । ଘରଠାରୁ ଦୂରରେ ଥିବା ପଶ୍ଚିମ ଓଡିଶା ବାସିନ୍ଦା ଆମେରିକାରେ ନୂଆଁଖାଇ ପାଳନ କରିଛନ୍ତି । ପଦ୍ମପୁର ଉପଖଣ୍ଡ ଝାରବନ୍ଧର ଲଲିତ ଗର୍ଗଙ୍କ ନେତୃତ୍ୱରେ ଆମେରିକାର ଆଟଲାଂଟା ସହରରେ ଧୁମଧାମରେ ନୂଆଁଖାଇ ପାଳନ କରାଯାଇଛି । ଏହି ସହରରେ ବସବାସ କରୁଥିବା ପଶ୍ଚିମ ଓଡିଶାର ୧୫ଟି ପରିବାର ଏକତ୍ରିତ ହୋଇ ନୂଆଁଖାଇ ପାଳନ କରିଛନ୍ତି । ଏହି ଅବସରରେ ସମ୍ବଲପୁରୀ ଗୀତର ତାଳେ ତାଳେ ମସଗୁଲ ହୋଇଥିଲେ ସମସ୍ତେ । ବିଦେଶରେ ରହୁଥିବା ବେଳେ ବିଦେଶରେ ନିଜ ପର୍ବପର୍ବାଣୀକୁ ପାଳନ କରିଛନ୍ତି ଏମାନେ । ପରମ୍ପରା ଅନୁସାରେ ମାଁ ସମଲେଇଙ୍କ ଠାରେ ପୂଜା ପାଠ କରିବା ସହ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଧୂମଧାମରେ ନୂଆଁଖାଇ ପାଳନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe