ଓଡ଼ିଶାରେ ଟିକା ନେଉଛନ୍ତି ପଶ୍ଚିମବଙ୍ଗ ଲୋକ, ମୟୂରଭଂଜରେ ପ୍ରତିଦିନ ଜମୁଛି ଲୋକଙ୍କ ଭିଡ

74

କନକ ବ୍ୟୁରୋ: ଓଡ଼ିଶାରେ କୋଭିଡ୍ ଟିକା ନେଉଛନ୍ତି ପଶ୍ଚିମବଙ୍ଗ ହିତାଧିକାରୀ  । ମୟୂରଭଞ୍ଜ କୋଭିଡ୍ ଟିକା ଦାନ କେନ୍ଦ୍ରରେ ଜମୁଛି ପଶ୍ଚିମବଙ୍ଗ ହିତାଧିକାରୀଙ୍କ ଭିଡ  । ପ୍ରତ୍ୟେକ ଦିନ ବେଙ୍ଗଲରୁ ଶହ ଶହ ଲୋକ ଆସି ଜିଲ୍ଲାର ବିଭିନ୍ନ ଟିକାଦାନ କେନ୍ଦ୍ରରେ ଟିକା ନେଇଛନ୍ତି  । ପଶ୍ଚିମବଙ୍ଗ ସରକାର ଠିକ୍ ଭାବେ ଟିକା ଯୋଗାଇ ପାରୁନଥିବାରୁ ଏମାନେ ପ୍ରତ୍ୟେକ ଦିନ କାର, ଅଟୋ ଓ ଟ୍ୟାକ୍ସିରେ ଆସି ଟିକା ନେଉଥିବା ଅଭିଯୋଗ ହୋଇଛି  । ଯାହା ଫଳରେ ଜିଲ୍ଲାବାସୀ ଏବେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି  । ମୟୂରଭଂଜବାସୀ ଘଂଟା ଘଂଟା ଅପେକ୍ଷା କରିବା ପରେ ଟିକା ନପାଇ ଫେରି ଯାଉଛନ୍ତି  । ଏହାର ତୁରନ୍ତ ସମାଧାନ ପାଇଁ ଦାବି ହୋଇଛି  ।