ବ୍ରିଟେନର ଇଏ କି ଅବସ୍ଥା! ଆଳୁ, ଟମାଟୋର ସଙ୍କଟ ଦେଇ ଗତିକରୁଛନ୍ତି ଦେଶବାସୀ ।

146

କନକ ବ୍ୟୁରୋ: ଆଳୁ ଟମାଟୋ ପାଇଁ କାହିଁକି ସଂଘର୍ଷ କରୁଛି ବିଶ୍ୱର ଧନୀ ଦେଶ ? କାହିଁକି ବଜାରରେ ମିଳୁନାହିଁ ପନିପରିବା? ୨ରୁ ଅଧିକ ଆଳୁ ଟମାଟୋ କିଣିବା ଉପରେ କାହିଁକି ଲାଗୁଛି ରୋକ? କାହିଁକି ବଜାରରୁ ଗାଏବ ହୋଇଯାଉଛି ଫଳ ଏବଂ ପନିପରିବା? କଣ ପାକିସ୍ତାନ ଭଳି ବ୍ରିଟେନ ବି କାଙ୍ଗାଳ ହେବା ସ୍ଥିତିରେ ପହଞ୍ଚିଛି କି?

ବ୍ରିଟେନର ବଜାରୁ ଗାଏବ ହେବାରେ ଲାଗିଛି ଫଳ ଏବଂ ପନିପରିବା । ବଜାରରୁ ଏବଂ ସୁପରମାର୍କେଟରୁ ଫଳ ଏବଂ ପନିପରିବାର ର୍ୟାକ ଗୁଡିକ ଖାଲି ହେବାରେ ଲାଗିଛି । ଆଉ ଯେଉଁଠି ବି ଏହା ମିଳୁଛି ସେଠି କିଛି ପ୍ରତିବନ୍ଧକ ଲଗାଯାଇଛି । ୨ରୁ ଅଧିକ ଫଳ ଆପଣ କିଣିପାରିବେ ନାହିଁ । ସବୁଠାରୁ ଅଧିକ ଲଢେଇ ଆଳୁ ଏବଂ ଟମାଟୋ ପାଇଁ ହେଉଛି । ଆପଣ ଜାଣିଥିବେ ଯେ ଆଳୁ ଏବଂ ଟମାଟୋର ରୋଷେଇ ଘରେ କଣ ମହତ୍ତ୍ୱ ରହିଛି । ତେଣୁ କଣ ଆମେ ଏହା ଭାବିନେବା ଯେ ବ୍ରିଟେନ ବି କାଙ୍ଗାଳ ହେବା ସ୍ଥିତିରେ ପହଞ୍ଚି ସାରିଛି । ତେବେ କାହାଣୀରେ ଟିକେ ଟ୍ୱିଷ୍ଟ ଅଛି ।
ଥଣ୍ଡା ସମୟରେ ବ୍ରିଟେନ ଟମାଟୋ ସହ ଅନ୍ୟ କିଛି ପରିବାକୁ ଆମଦାନୀ କରିଥାଏ । ଏହି ସମୟରେ ବ୍ରିଟେନ କେବଳ ୫ ପ୍ରତିଶତ ଟମାଟୋ ଏବଂ ୧୦ ପ୍ରତିଶତ ପନିପରିବା ଉତ୍ପାଦନ କରିଥାଏ । ତେଣୁ ଏହି ସମୟରେ ସୁପରମାର୍କେଟରେ ପନିପରିବାର ଷ୍ଟକ ରଖାଯାଇଥାଏ ।

ତେବେ ସମସ୍ୟା କେଉଁଠି ତାକୁ ଶୁଣିନେବା । ଯେଉଁ ଯେଉଁ ସ୍ଥାନରୁ ଏହି ସବୁ ପନିପରିବା ବ୍ରିଟେନକୁ ଆମଦାନୀ ହୋଇଥାଏ ସେଠାରେ ଭଲ ଫସଲ ହୋଇନାହିଁ । ସେହିଭଳି ବ୍ରିଟେନରେ ବି ଚଳିତ ଥର ଭଲ ଫସଲ ହୋଇନାହିଁ । ଯାହା ଫଳରେ ବ୍ରିଟେନର ପନିପରିବାର କମି ଦେଖିବାକୁ ମିଳିଛି । ଦକ୍ଷିଣ ୟୁରୋପ ଏବଂ ଉତ୍ତର ଆମେରିକାରେ ଖରାପ ପାଣିପାଗ କାରଣରୁ ଫସଲ ଅମଳ ହୋଇପାରୁନାହିଁ । ଥଣ୍ଡା ସମୟରେ ସବୁଠାରୁ ଅଧିକ ଆମଦାନୀ ମରକ୍କୋ ଏବଂ ସ୍ପେନରୁ ହୋଇଥାଏ । ଏହି ଦୁଇ ଦେଶରେ ପାଣିପାଗ ବର୍ତ୍ତମାନ ଖରାପ ରହିଛି । ମରକ୍କୋରୁ ଯେଉଁ ଫଳ ଆସିବା କଥା ତାହା ଆସିପାରୁନାହିଁ । ସେଠାରେ ପ୍ରବଳ ବର୍ଷା, ଥଣ୍ଡା ଜାରିରହିଛି । ଅଧିକ ଥଣ୍ଡା ହେବା କାରଣରୁ ଟମାଟୋ ଉତ୍ପାଦନରେ ବିଳମ୍ବ ହେଉଛି । ଏହି କାରଣରୁ ବ୍ରିଟେନକୁ ଏହା ଆମଦାନୀ ହୋଇପାରୁନାହିଁ । ତେଣୁ ସେଠାକାର ସରକାର ଦେଶର ଆବଶ୍ୟକତାକୁ ଦେଖି ସେଠାରେ ଟମାଟୋ, ଆଳୁକୁ ନିଜ ଦେଶରେ ରଖିବାକୁ ଇଚ୍ଛା ପ୍ରକାଶ କରିଛି । ସେହିଭଳି ସ୍ପେନରୁ ଆମଦାନୀ ହେଉଥିବା ଫଳ ଉପରେ ପାଣିପାଗର ପ୍ରଭାବ ପଡିଛି । ଆମେରିଆ ଅଞ୍ଚଳରେ ଗତ ବର୍ଷ ତୁଳନାରେ ଚଳିତ ଥର କମ ଟମାଟୋ ଉତ୍ପାଦନ ହୋଇଛି ।

ଗତ ଫେବ୍ରୁଆରୀ ତୁଳନାରେ ଚଳିତ ଫେବ୍ରୁଆରୀ ମାସ ଯାଏ ୨୨ ପ୍ରତିଶତ କମିଆସିଛି । ସ୍ପେନର ପ୍ରଦର୍ଶନ ବି ନୈରାଶ୍ୟଜନକ ରହିଛି । ଅନେକ କହିଛନ୍ତି ଏହି ସ୍ଥିତି ଚିନ୍ତାଜନକ । ବିଭିନ୍ନ କମ୍ପାନୀ ନିଜ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଅନେକ କଷ୍ଟର ସାମ୍ନା କରୁଛି । ବ୍ରିଟେନରେ ସ୍ଥାନୀୟ ସ୍ତରରେ ମଧ୍ୟ ସପ୍ଲାଏ ବନ୍ଦ ରହିଛି । ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ବ୍ରିଟେନରେ ଟମାଟୋ ଏବଂ ଆଳୁର ଉତ୍ପାଦନ ହୋଇଥାଏ । ଏପେଟ ଦେଶରେ ବିଜୁଳିର ଦର ମଧ୍ୟ ବଢିବାରେ ଲାଗିଛି ଯାହା କୃଷକ ସୁଝିବା କଷ୍ଟ କର ହୋଇପଡିଛି । ଏହା ହିଁ କାରଣ ଯେ ବ୍ରିଟେନରେ ଏହିଭଳି ସ୍ଥିତି ଦେଖିବାକୁ ମିଳିଛି ।