କନକ ବ୍ୟୁରୋ: ଓଡିଶା ଇତିହାସରେ ବୋଧହୁଏ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି, ଯେତେବେଳେ ସାରା ରାଜ୍ୟକୁ ଘାରିଛି ହକି ଫିଭର । ପିଲାଠୁ ବୟସ୍କ, ସମସ୍ତଙ୍କ ଭିତରେ ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ଦେଖିବା ପାଇଁ ନାହିଁ ନଥିବା ଉକ୍ରଣ୍ଠା ଦେଖାଯାଇଛି । ଗାଁ ଠୁ ସହର ସବୁଠି ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବର ମଜା ଉଠାଇଛନ୍ତି ଲୋକେ ।
ଘରେ ଘରେ ପହଂଚିଲା ‘ହକି ବିଶ୍ୱକପ ଉଦ୍ଘାଟନୀ’
ବିଭିନ୍ନ ସ୍ଥାନରେ ଏଲଇଡି ଲଗାଇଲେ ରାଜ୍ୟ ସରକାର
ଗଣମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ସିଧାପ୍ରସାରଣ
କ୍ରମାଗତ ଦ୍ୱିତୀୟ ଥର ହକି ବିଶ୍ୱକପର ଆୟୋଜନ କରି ଏକ ବିରଳ ରେକର୍ଡ କରିଛି ଓଡିଶା । କଟକ ବାରବାଟୀ ଷ୍ଟାଡିୟମରେ ଉଦ୍ଘାଟନୀ ଉତ୍ସବକୁ ଭବ୍ୟ ଓ ଆକର୍ଷଣୀୟ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଇଛି । ଆଉ ଏହି ବିରଳ ରେକର୍ଡର ପ୍ରତ୍ୟକ ଓଡିଆଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଘରେ ଘରେ ପହଂଚାଇବା ପାଇଁ ଟେଲିଭିଜନ ଚ୍ୟାନେଲରେ ସିଧାପ୍ରସାରଣର ବ୍ୟବସ୍ଥା କରିଛି ସୂଚନା ଓ ଲୋକସଂପର୍କ ବିଭାଗ । ଏଥିସହ ବିଭିନ୍ନ ସ୍ଥାନରେ ବଡ ବଡ ଏଲଇଡି ଲଗାଇ ହକି ବିଶ୍ୱକପ୍ ଉଦଘାଟନୀ କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ସୃଷ୍ଟି କରାଯାଇଛି । ଯେଉଁମାନେ ବାରବାଟୀ ଯାଇ ଉଦଘାଟନୀ ସମାରୋହର ପ୍ରତ୍ୟକ୍ଷ ଅନୁଭୂତି ନେଇପାରିନାହାଁନ୍ତି, ସେମାନେ ଏଲିଇଡି ଜରିଆରେ ଗାଁରେ ବସି ଆମୋଦିତ ହୋଇଛନ୍ତି । ଏପରିକି ବାଲେଶ୍ୱରରେ ଏକ ସିନେମା ହଲରେ ଉଦଘାଟନୀ କାର୍ଯ୍ୟକ୍ରମ ଦେଖିବାର ବନ୍ଦୋବସ୍ତ କରାଯାଇଥିଲା ।
୨୦୧୮ରେ ଓଡିଶା ପ୍ରଥମ ଥର ପାଇଁ ହକି ବିଶ୍ୱକପର ଆୟୋଜନ କରିଥିଲା । କିନ୍ତୁ ସେତେବେଳେ ହକି ଖେଳକୁ ନେଇ ରାଜ୍ୟବାସୀଙ୍କ ଭିତରେ ଯେତିକି ଉକ୍ରଣ୍ଠା ଥିଲା ତାହା ଏବେ ବହୁ ପରିମାଣରେ ବଢ଼ି ଯାଇଛି । ଯାହାର ପ୍ରମାଣ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହକି ବିଶ୍ୱକପ୍ ଉଦଘାଟନି ଉତ୍ସବରୁ ସ୍ପଷ୍ଟ ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2023/01/Collage-Maker-11-Jan-2023-08.26-PM.jpg)