ଭୟ ଦେଖାଉଛି ବାଘ ନଦୀ । ଦୁଇଖଣ୍ଡ କାଠରେ ନଈ ପାର ହେଉଛନ୍ତି ୧୦ ଖଣ୍ଡ ଗାଁର ଲୋକେ : କନ୍ଧମାଳ ଫିରିଙ୍ଗିଆରୁ ଆସିଲା ପୁଣି ଅପଂହଚ ବିକାଶର ଚିତ୍ର

120

କନକ ବ୍ୟୁରୋ : କାଠଗଣ୍ଡିରେ ଜୀବନ । ଆଦିବାସୀ ଅଧ୍ୟୁସିତ କନ୍ଧମାଳ ଜିଲ୍ଲାରେ ଗମନାଗମନ ପାଇଁ କିଭଳି ଲୋକମାନେ ପ୍ରତିଦିନ ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛି ଇଏ ହେଉଛି ସେହି ଦୃଶ୍ୟ । ୨ଦିନ ତଳେ ନୂଆ ଗାଁ ବ୍ଲକରେ ଏପରି ଏକ ଦୃଶ୍ୟ ଆମେ ଆପଣଙ୍କୁ ଦେଖାଇଥିଲୁ । ବିଦ୍ୟୁତ ତାର ଉପରେ ଲୋକେ ନଦୀ ପାର ହେଉଥିଲେ । ଆଜି ପୁଣି ଆସିଛି ସେହିପରି ଏକ ଦୃଶ୍ୟ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗା ପଂଚାୟତରୁ ।

୧୦ଖଣ୍ଡ ଗାଁର ପ୍ରାୟ ୮୦୦ରୁ ଅଧିକ ଲୋକ ଚିରସ୍ରୋତା ବାଘ ନଦୀ ଉପରେ ଜୀବନକୁ ବାଜି ଲଗାଇ ଦୁଇ ଖଣ୍ଡ କାଠ ଗଣ୍ଡି ଉପର ଦେଇ ଯାଆସ କରୁଛନ୍ତି । ସମସ୍ୟା ଆଜିକାଲିର ନୁହେଁ, ବର୍ଷ ବର୍ଷର । ବାଘ ନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଛି । କିନ୍ତୁ ସମସ୍ୟାର ସମାଧାନ ହୋଇପାରୁନି । ବିଶେଷ କରି ବର୍ଷା ୪ ମାସ ଏହି ନଦୀ ଉପରେ କାଠ ଗଣ୍ଡି ପକାଇ ଲୋକେ ଯାଆସ କରନ୍ତି । ପ୍ରଶାସନିକ ଅଧିକାରୀ, ଜନ ପ୍ରତିନିଧିଙ୍କୁ ଏ ନେଇ ଅବଗତ କରାଇଥିଲେ ମଧ୍ୟ ସ୍ଥିତି ଯାହାକୁ ସେୟା ।