ନୂଆ ପିସିସି କମିଟିର ପ୍ରଥମ ବୈଠକ: ଚେଲ୍ଲା କୁମାର କହିଲେ, ଏବେ ବଦଳିବେନି ପିସିସି ସଭାପତି

134

କନକ ବ୍ୟୁରୋ: ନୂଆ ପିସିସି କମିଟିର ପ୍ରଥମ ବୈଠକରେ ଏ ଚେଲ୍ଲାକୁମାରଙ୍କ ଆଲୋଚନା । ବୈଠକ ପରେ ଚେଲ୍ଲା କୁମାରଙ୍କ ପ୍ରତିକ୍ରିୟା । କହିଲେ, ଏବେ ବଦଳିବେନି ପିସିସି ସଭାପତି । ଦଳରେ ରହି ନେତା ବିଶୃଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ ହେବ । ପଞ୍ଚାୟତ ନିର୍ବାଚନକୁ ଗୁରୁତର ସହ ନେବ କଂଗ୍ରେସ । ପଞ୍ଚାୟତରୁ ଶକ୍ତି ଗୋଟାଇବା ପାଇଁ ଚାଲିଛି ଯୋଜନା ।

ଆଜି ନୂଆ ପିସିସି କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବୈଠକରେ ଉପସ୍ଥିତ ଥିଲେ । ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ କିଭଳି ପ୍ରସ୍ତୁତ ହେବ ସେ ନେଇ ମଧ୍ୟ ଆଲୋଚନା ହୋଇଛି ।