କନକ ବ୍ୟୁରୋ: ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିଲେ ପିସିସି ସଭାପତି । କହିଲେ, ଅନ୍ୟ ନେତାଙ୍କ ଭ୍ରଷ୍ଟାଚାରକୁ ଘଣ୍ଟଘୋଡାଇ ରଖୁଛନ୍ତି ନବୀନ ବାବୁ । ୫ ବର୍ଷ ପୂର୍ବରୁ କାହିଁକି କିଛି କଲେନାହିଁ? ହଠାତ ସବୁ ଭୁଲ କେମିତି ହୋଇଗଲା? ମୁହଁ ଖୋଲିଲେ ହେଉଛି କାର୍ଯ୍ୟାନୁଷ୍ଠାନ । ସୌମ୍ୟରଞ୍ଜନଙ୍କ ବିରୋଧରେ ଏହା ସରକାରଙ୍କ ପ୍ରତିଶୋଧମୂଳକ ପଦକ୍ଷେପ । ଓଡିଶାରେ ଆଉ ତାମିଲ ଶାସନ ଚାଲିବ ନାହିଁ । ୨୪ ବର୍ଷରେ ଆଜି ସେମାନେ କଣ କଲେ? ନବୀନ ପଟ୍ଟନାୟକ କିଛି ଜାଣିପାରୁନାହାନ୍ତି କି ଶୁଣି ପାରୁନାହାନ୍ତି । ଲୋକ କାହାକୁ ଯାଇ କାହିବେ?
କେତେ ମନ୍ତ୍ରୀ କେତେ ନେତାଙ୍କ ନାଁରେ ହତ୍ୟା, ମାଇନ୍ସ କେସ ପଡିଛି । ସେମାନଙ୍କୁ ଘଣ୍ଟ ଘୋଡେଇ ରଖିଛନ୍ତି ନବୀନ, ପାଣ୍ଡିଆନ । ବିଧାନସଭାରେ ଏମଏଲଏକୁ କିଛି କହିପାରୁନାହାନ୍ତି । ସାଧାରଣ ଲୋକଙ୍କ ସମସ୍ୟା କିଏ ଦୂର କରିବ ଏଠି । ଓଡିଶାରେ ତାମିଲ ଆଉ ପାଣ୍ଡିଆନ ଶାସନ ଚାଲିବ ନାହିଁ । ଏମିତି କହି ଓଡିଶା ସରକାରଙ୍କ ମୁଖା ଖୋଲିଛନ୍ତି ପିସିସି ସଭାପତି ।