କନକ ବ୍ୟୁରୋ : ଅପାରଗତା ଯୋଗୁଁ ନିର୍ବାଚନ ହାରିଲା କଂଗ୍ରେସ । ନିର୍ବାଚନ ପରାଜୟର କାରଣ ସମ୍ପର୍କରେ ଏଭଳି ମତ ରଖିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ତୃଳମୂଳସ୍ତରରେ ଦଳ କାମ ନକରିବା, ଲୋକଙ୍କୁ ପ୍ରକୃତ ପ୍ରସଙ୍ଗ ସମ୍ପର୍କରେ ଅବଗତ କରିବାରେ ବିଫଳ ହେବାଯୋଗୁଁ ଦୁଇଟି ଯାକ ଉପ-ନିର୍ବାଚନରେ କଂଗ୍ରେସ ପରାସ୍ତ ହୋଇଛି ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ  ।

Advertisment

ବିହାର ବିଧାନସଭା ନିର୍ବାଚନରୁ ବାଲେଶ୍ୱର ଉପ-ନିର୍ବାଚନ । ସବୁଠି ଫେଲ୍ କଂଗ୍ରେସ । କାହିଁକି କାମ କରୁନି କଂଗ୍ରେସ ରଣନୀତି ? ନେତୃତ୍ୱର ଅଭାବ ନା ଦଳୀୟ କନ୍ଦଳ ? ଏହି ପ୍ରଶ୍ନ ଏଇଥି ପାଇଁ ଉଠିଛି, କାରଣ ବିହାର ନିର୍ବାଚନୀ ଫଳାଫଳ ପୁଣି ଥରେ କଂଗ୍ରେସକୁ ଝଟକା ଦେଇଛି । ବିହାରରେ କଂଗ୍ରେସ ୭୦ଟି ଆସନରେ ନିର୍ବାଚନକୁ ଓହ୍ଲାଇଥିଲା । କିନ୍ତୁ ମାତ୍ର ୧୯ଟି ଆସନରେ ଜିତିପାରିଲା କଂଗ୍ରେସ । କଂଗ୍ରେସ ଉପରେ ଭରସା କରି ମୁଖ୍ୟମନ୍ତ୍ରୀ ହେବା ପାଇଁ ଆଶାୟୀ ଥିବା ତେଜସ୍ୱୀ ଯାଦବ କଂଗ୍ରେସର ଅପାରଦର୍ଶିତା କାରଣରୁ ହିଁ କ୍ଷମତାରୁ ଦୁରେଇ ଯିବା ପରି ପରିସ୍ଥିତି ସୃଷ୍ଟି ହୋଇଛି ।

ତିର୍ତ୍ତୋଲ ଉପନିର୍ବାଚନରେ ୨୮ହଜାର ଭୋଟ ପାଇ କଂଗ୍ରେସର ସମ୍ମାନ ରକ୍ଷା କରିବାରେ ଅନେକ ସଫଳ ହୋଇଛନ୍ତି ତିର୍ତ୍ତୋଲର କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ । ହେଲେ ୨୦୧୯ ସାଧାରଣ ନିର୍ବାଚନ ଏବଂ ୨୦୨୦ ବାଲେଶ୍ୱର ଉପ-ନିର୍ବାଚନରେ ପରାଜୟ, କେଉଁଠି ନା କେଉଁଠି ଆଗାମୀ ଦିନରେ କଂଗ୍ରେସର ସ୍ଥିତିକୁ ନେଇ ବଡ ପ୍ରଶ୍ନ ଛିଡା କରିଛି ।