ପିପିଲି ଉପନିର୍ବାଚନରେ ଟଙ୍କା କାରବାର ନେଇ ସାଂଘାତିକ ଅଭିଯୋଗ ଆଣିଲେ ପିସିସି ସଭାପତି । କହିଲେ, ରେଜିଷ୍ଟରରେ ନାଁ ଲେଖି ବଣ୍ଟାଯାଉଛି ଟଙ୍କା ।

229

କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ବେଳେ ଟଙ୍କା ବଣ୍ଟାଯାଉଥିବା ଅଭିଯୋଗ ଆଣିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ରେଜିଷ୍ଟରରେ ନାଁ ଲେଖି ଟଙ୍କା ବଣ୍ଟା ଯାଉଥିବା କହିଛନ୍ତି ନିରଞ୍ଜନ ପଟ୍ଟନାୟକ । ନିର୍ବାଚନ ଜିତିବା ପାଇଁ ବିଜେପିି ଓ ବିଜେଡି ଉଭୟ ଦଳ ବହୁ ପରିମାଣରେ ଟଙ୍କା ବାଣ୍ଟିଥିବା ସେ ଅଭିଯୋଗ କରିଛନ୍ତି । ତେବେ କଂଗ୍ରେସ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଆଦର୍ଶରେ ନିର୍ବାଚନ ଲଢିଛି ତେଣୁ ଫଳାଫଳ କଣ ହେବ ଭୋଟ ଗଣତି ଦିନ ଜଣାପଡିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପ ନିର୍ବାଚନ ହୋଇଛି । ଯେଉଁଥିପାଇଁ ଗତକାଲି ଭୋଟ୍ ପଡିଥିଲା । କୋଭିଡ୍ କଟକଣା ଭିତରେ ଲୋକମାନେ ନିଜର ମତ ଅଧିକାର ସାବ୍ୟସ୍ତ କରିଥିଲେ । ବିଜେଡି ଏହି ନିର୍ବାଚନରେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ପ୍ରାର୍ଥୀ କରିବା ସହିତ ଗଡ ଦଖଲ କରିବାକୁ ଚେଷ୍ଟା କରିଛି । ସେହିପରି ବିଜେପି ମଧ୍ୟ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା । ଅନ୍ୟପଟେ କଂଗ୍ରେସ ବିଶ୍ୱକେଶନ ହରିଚନ୍ଦନକୁ ପିପିଲି ପ୍ରାର୍ଥୀ କରିଛି । ଏବେ ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ଥିବାବେଳେ ଆସନ୍ତା ୩ ତାରିଖରେ ଭୋଟ୍ ଫଳାଫଳ ଘୋଷଣା ହେବ । ହେଲେ ଏହାପୂର୍ବରୁ ପିସିସି ସଭାପତିଙ୍କ ଏହି ଅଭିଯୋଗ କରିଛନ୍ତି ।