କନକ ବ୍ୟୁରୋ: ଡାକ୍ତରଖାନା ଅଛି । ରୋଗୀ ଆସୁଛନ୍ତି ହେଲେ ଡାକ୍ତରଖାନାରେ ନାହାନ୍ତି ଡାକ୍ତର । ଚିକିତ୍ସା କରୁଛନ୍ତି ଫାର୍ମାସିଷ୍ଟ ମାନେ । କେନ୍ଦ୍ରାପଡା ଓଳାଭରରେ ରହିଛି ରାଧାନାଥ ରଥ ହସପିଟାଲ । ଯେଉଁଠି ନିର୍ଭର କରନ୍ତି ୧୫ ପଞ୍ଚାୟତର ଲୋକେ । ଡାକ୍ତରଖାନାରେ ଖାଲି ପଡିଛି ଡାକ୍ତର ପଦବୀ । ଦୂରଦୂରାନ୍ତରୁ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି । ଯାହାକିଛି ଚିକିତ୍ସା ଫାର୍ମାସିଷ୍ଟ କରୁଛନ୍ତି । ଯଦି ଫାର୍ମାସିଷ୍ଟ ନଆସନ୍ତି ତେବେ ସେହିଦନି ଚିକିତ୍ସା ନପାଇ ଫେରୁଛନ୍ତି ରୋଗୀମାନେ ।
ଡାକ୍ତରଖାନାରେ ମହିଳାଙ୍କ ପାଇଁ ଲେବର ରୁମ୍ ବି ରହିଛି ହେଲେ ସେଠାରେ ଝୁଲୁଛି ତାଲା । କିଛି ସମୟରେ ଚିକିତ୍ସା ନପାଇ ବହୁ ମହିଳାଙ୍କ ଜୀବନ ଯାଇଥିବା ମଧ୍ୟ ହୋଇଛି ଅଭିଯୋଗ । ସେହିଭଳି ସନ୍ଧ୍ୟା ହେଲେ ଡାକ୍ତରଖାନାରେ ତାଲା ପଡୁଛି । ଯାହାଫଳରେ କୌଣସି ଗୁରୁତର ଅବସ୍ଥାରେ ରୋଗୀଟିଏକୁ ମିଳିପାରୁନି ଚିକିତ୍ସା । ତେବେ ଡାକ୍ତର ନିଯୁକ୍ତି ପାଇଁ ବହୁବାର ଅଭଯୋଗ ହୋଇଛି । ହେଲେ ସମସ୍ୟାର କୌଣସି ସମାଧାନ ହୋଇପାରିନି । ଏବେ ପୁଣି ଡାକ୍ତର ନିଯୁକ୍ତି ଦାବିରେ ଧାରଣା ଦିଆଯାଇଛି । ସମାଧାନ ନହେଲେ ଆଗକୁ ଆମରଣ ଅନଶନ କରାଯିବାକୁ ଚେତବାନୀ ଦେଇଛନ୍ତି ଅନ୍ଦୋଳନକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/17-14.jpg)