ସାପ କମୁଡ଼ାର ଶିକାର ହୋଇ ଜୀବନ୍ତ ସାପ ସହ ମେଡିକାଲରେ ପହଞ୍ଚିଲେ ରୋଗୀ। ଚମ୍ପୁଆ ଉପଖଣ୍ଡ ବାସୁଦେବପୁରରୁ ଆସିଲା ଚିତ୍ର।

ସାପ କମୁଡ଼ାର ଶିକାର ହୋଇ ଜୀବନ୍ତ ସାପ ସହ ମେଡିକାଲରେ ପହଞ୍ଚିଲେ ରୋଗୀ। ଚମ୍ପୁଆ ଉପଖଣ୍ଡ ବାସୁଦେବପୁରରୁ ଆସିଲା ଚିତ୍ର।

କନକ ବ୍ୟୁରୋ: ସାପ ସହ ଡାକ୍ତରଖାନାରେ ପହଞ୍ଚିଲେ ରୋଗୀ । ଚମ୍ପୁଆ ଉପଖଣ୍ଡ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସାପ କାମୁଡ଼ାରେ ଆହତ ହୋଇଥିବା ଜଣେ ଯୁବକ ଜୀବନ୍ତ ସାପକୁ ଧରି ମେଡ଼ିକାଲରେ ପହଞ୍ଚିଥିଲେ । ସାପକୁ ଧରି ଯୁବକ ଜଣଙ୍କ ମେଡ଼ିକାଲରେ ପହଞ୍ଚିବା ପରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭିଡ଼ ଦେଖିବାକୁ ମିଳିଥିଲା । ଆହତ ଯୁବକଙ୍କ ଚିକିତ୍ସା କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

ଆହତ ଯୁବକଙ୍କ ନାଁ କାଳିଆ ମୁଣ୍ଡା । ତାଙ୍କ ଘର ବଳିତା ଗାଁରେ ବୋଲି ଜଣାପଡ଼ିଛି । ଏକ ବିଷଧର ସାପ ଯୁବକଙ୍କ ଡାହାଣ ହାତକୁ କାମୁଡ଼ି ଦେଇଥିବା ବେଳେ ସେ ସାପକୁ ଧରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe