କନକ ବ୍ୟୁରୋ: ସାପ ସହ ଡାକ୍ତରଖାନାରେ ପହଞ୍ଚିଲେ ରୋଗୀ । ଚମ୍ପୁଆ ଉପଖଣ୍ଡ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସାପ କାମୁଡ଼ାରେ ଆହତ ହୋଇଥିବା ଜଣେ ଯୁବକ ଜୀବନ୍ତ ସାପକୁ ଧରି ମେଡ଼ିକାଲରେ ପହଞ୍ଚିଥିଲେ । ସାପକୁ ଧରି ଯୁବକ ଜଣଙ୍କ ମେଡ଼ିକାଲରେ ପହଞ୍ଚିବା ପରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭିଡ଼ ଦେଖିବାକୁ ମିଳିଥିଲା । ଆହତ ଯୁବକଙ୍କ ଚିକିତ୍ସା କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

Advertisment

ଆହତ ଯୁବକଙ୍କ ନାଁ କାଳିଆ ମୁଣ୍ଡା । ତାଙ୍କ ଘର ବଳିତା ଗାଁରେ ବୋଲି ଜଣାପଡ଼ିଛି । ଏକ ବିଷଧର ସାପ ଯୁବକଙ୍କ ଡାହାଣ ହାତକୁ କାମୁଡ଼ି ଦେଇଥିବା ବେଳେ ସେ ସାପକୁ ଧରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।