କନକ ବ୍ୟୁରୋ: ଲକ୍ଷ୍ମୀବସକୁ ଅପେକ୍ଷା କରି ହଟହଟା ହେଲେ ଯାତ୍ରୀ । ମାଲକାନଗିରି ଚିତ୍ରକୋଣ୍ଡା ଉପାନ୍ତ ଅଞ୍ଚଳର ଯାତ୍ରୀମାନେ ହଟହଟା ହେଇଛନ୍ତି । ଲକ୍ଷ୍ମୀ ବସ୍ ଦିନକୁ ତିନି ଥର କୁରୁର୍ମାନୁର ପଞ୍ଚାୟତକୁ ଯିବା ଅସିବା କରେ । ସକାଳେ ଚିତ୍ରକୋଣ୍ଡାରୁ କୁରୁର୍ମାନୁର ଯାଇ ଯାତ୍ରୀଙ୍କୁ ଚିତ୍ରକୋଣ୍ଡା ଆଣିଥିଲା । କିନ୍ତୁ ଏହାପରେ ବସର ଆଉ ଦେଖା ମିଳିଲା ନାହିଁ । ଯାତ୍ରୀଙ୍କୁ ନେଇ ୧୨ଟା ସମୟରେ ଦ୍ୱିତୀୟ ଥର ପାଇଁ କୁରୁର୍ମାନୁର ଗଲା ନାହିଁ । ଫଳରେ ଯାତ୍ରୀମାନେ ଭୋକ ଉପାସରେ ଅପେକ୍ଷା କରି ରହିଥିଲେ । ପରିସ୍ଥିତି ଗମ୍ଭୀର ହେବା ଦେଖି ଚିତ୍ରକୋଣ୍ଡା ପୋଲିସ ବସ୍ ଷ୍ଟାଣ୍ଡରେ ପହଞ୍ଚିଥିଲେ । ପୋଲିସର ଯୋଗାଯୋଗ କରିବା ପାରେ ବସ୍ ଆସିଥିଲା । ଏଭଳି ସମାନ ପରିସ୍ଥିତି କିଛି ଦିନ ତଳେ ବଣ୍ଡାଘାଟିର ମୁଦୁଲିପୋଡ଼ାରେ ଦେଖିବାକୁ ମିଳିଥିଲା ।
ଲକ୍ଷ୍ମୀ ବସକୁ ଅପେକ୍ଷା କରି ହଟହଟା ହେଲେ ଉପାନ୍ତ ଅଞ୍ଚଳର ଯାତ୍ରୀ ।
/kanak/media/post_attachments/wp-content/uploads/2023/10/Screen-Shot-2023-10-23-at-6.03.47-PM.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)