କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ଘାଟିରୁ ଖସିଲା ଯାତ୍ରୀବାହୀ ଗାଡି । ଦୁର୍ଘଟଣାରେ ୧୦ ଜଣ ତୀର୍ଥ ଯାତ୍ରୀ ମୃତ୍ୟୁବରଣ କରିଥିବା ସୂଚନା । ଏଥିରେ ଅନେକ ଆହତ ମଧ୍ୟ ହୋଇଛନ୍ତି । ଗାଡିରେ ୨୩ ଜଣ ଯାତ୍ରୀ ଥିଲେ । ରିଷିକେଶ-ବଦ୍ରିନାଥ ହାଇୱେ ଘାଟି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଏସଡିଆରଏଫ ଓ ସ୍ଥାନୀୟ ପୁଲିସ ପହଂଚି ଉଦ୍ଧାର କାର୍ଯ୍ୟ କରୁଥିବା ସୂଚନା ।