କନକ ବ୍ୟୁରୋ: ମଝି ଚିଲିକାରେ ଅଟକିଲା ଯାତ୍ରୀ ବାହୀ ଡଙ୍ଗା । ପ୍ରାୟ ୨ଘଂଟା ଧରି ଅଟକିରହିଥିଲା ଯାତ୍ରିବାହୀ ଡଙ୍ଗା । ପ୍ରାୟ ୩୦ରୁ ଅଧିକ ଯାତ୍ରୀ ଫସିରହିଥିବା ବେଳେ ସେମାନଙ୍କ ମଝି ଚିଲିକାରୁ ଉଦ୍ଧାର କରାଯାଇଛି । ଡଙ୍ଗାଟି ସାତପଡାରୁ ଯାତ୍ରୀଙ୍କୁ ନେଇ ଜହ୍ନିକୁଦା ଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମଝି ଚିଲିକାରେ ଅଟକିଯାଇଥିବା ଜଣାପଡିଛି । ସମସ୍ତ ଯାତ୍ରୀଙ୍କୁ ମତ୍ସ୍ୟଜୀବୀଙ୍କ ସହାୟତାର ଉଦ୍ଧାର କରାଯାଇଛି ।