କନକ ବ୍ୟୁରୋ: ପୁଣି କଡ଼ା ପ୍ରତିକ୍ରିୟା ରଖିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । କହିଛନ୍ତି, ବିଜୁ ଜନତା ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ । ଯେଉଁମାନେ ଇସ୍ତଫା କଥା କହୁଛନ୍ତି, ଦଳ କ’ଣ ତାଙ୍କର । ମୋ କଥାକୁ ବହୁତ ଲୋକେ ସମର୍ଥନ କରୁଛନ୍ତି ।

Advertisment

ସେହିପରି ସୌମ୍ୟ ଆହୁରି କହିଛନ୍ତି, ସରକାର ରାଗ ରଖି ସମ୍ବାଦକୁ ବିଜ୍ଞାପନ ବନ୍ଦ କରିଦେଇଛନ୍ତି । କୌଣସି ପତ୍ର ପତ୍ରିକା କାହାର ଦୟାରେ ଚାଲେ ନାହିଁ । ଯଦି କାହାର ଆଶୀର୍ବାଦ ବେଶୀ ଲୋଡ଼ା, ସେମାନେ ହେଉଛନ୍ତି ଗ୍ରାହକ ଓ ପାଠକ । ଯେତେବେଳେ ଯାଏଁ ପାଠକଙ୍କ ଆଶୀର୍ବାଦ ଥିବ, ଆମେରିକା କି କେନ୍ଦ୍ର କିମ୍ବା ରାଜ୍ୟ ସରକାର କିଛି କରିପାରିବେ ନାହିଁ । ଏହି ବିଶ୍ୱାସ ମୋର ରହିଛି ବୋଲି କହିଛନ୍ତି ସୌମ୍ୟ । ଏହା ପୂର୍ବରୁ ଅରୁଣ ସାହୁ, ଅତନୁ ସବ୍ୟସାଚୀ ଓ ପ୍ରତାପ ଦେବଙ୍କ ପରେ ସୌମ୍ୟ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ ।