ଆସନ୍ତା ୧୪ ରୁ ଆରମ୍ଭ ହେଉଛି ପାର୍ଲାମେଣ୍ଟ୍ ଅଧିବେଶନ : ବିଜେଡ଼ିର ରାଜ୍ୟସଭା ସଦସ୍ୟ ପାଇଁ ଦଳ ପକ୍ଷରୁ ହୁଇପ୍ ଜାରି , ବିଜେଡ଼ି ପକ୍ଷରୁ ଜାରି ହୋଇଛି ୩ ଧାଡ଼ିଆ ହୁଇପ୍

218

କନକ ବ୍ୟୁରୋ : ଆସନ୍ତା ୧୪ ତାରିଖରୁ ପାର୍ଲାମେଂଟ ଅଧିବେଶନ ଆରମ୍ଭ ହେଉଛି । ଏହି ଦିନ ଦଳର ରାଜ୍ୟସଭା ସଦସ୍ୟଙ୍କୁ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ ଜାରି କରିଛି ବିଜେଡି । ଏ ନେଇ ବିଜେଡି ପକ୍ଷରୁ ୩ ଧାଡିଆ ହ୍ୱିପ ଜାରି କରାଯାଇଛି । କିଛି ଗୁରୁତ୍ୱପୂର୍ଣ୍ଣ ଗୃହକାର୍ଯ୍ୟ ପାଇଁ ଏହି ହ୍ୱିପ ଜାରି ହୋଇଛି । ଆସନ୍ତା ୧୪ ତାରିଖରେ ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚନ ହେବ । ଏଥିପାଇଁ ଏନଡିଏ ପକ୍ଷରୁ ଜେଡିୟୁର ହରିବଂଶ ନାରାୟଣ ସିଂ ପ୍ରାର୍ଥୀ ହୋଇଥିବାବେଳେ ମିଳିତ ବିରୋଧୀ ଦଳ ପକ୍ଷରୁ ଆରଜେଡିର ମନୋଜ ଝା ନିର୍ବାଚନ ଲଢୁଛନ୍ତି ।

ତେବେ ବିଜେଡି କାହାକୁ ସମର୍ଥନ କରିବ ତାହା ସ୍ପଷ୍ଟ ହୋଇନାହିଁ । ଗତକାଲି ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ କରି ହରିବଂଶଙ୍କ ପାଇଁ ସମର୍ଥନ ଲୋଡିଥିଲେ ।