ଜରାଜୀର୍ଣ୍ଣ ଅବସ୍ଥାରେ କୋଟି ଟଙ୍କାର ପ୍ରକଳ୍ପରେ ନିର୍ମିତ ଗ୍ରାମୀଣ ପାର୍କ । ରାଜ୍ୟର ସବୁଠାରୁ ବଡ଼ ବ୍ଲକ ବୋରିଗୁମ୍ମାରୁ ଆସିଲା ଅଭାବନୀୟ ଚିତ୍ର ।

91

କନକ ବ୍ୟୁରୋ: ରାଜ୍ୟର ସବୁଠାରୁ ବଡ଼ ବ୍ଲକ ବୋରିଗୁମ୍ମା । ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ପାର୍କ ଗୁଡ଼ିକ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । କୋଟି କୋଟି ଟଙ୍କାର ଏହି ପ୍ରକଳ୍ପ ଏବେ ଅସାମାଜିକ ଯୁବକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ପଞ୍ଚାୟତରେ ନିର୍ମିତ ପାର୍କ ଏବେ ହରଡଘଣାରେ ଛନ୍ଦି ହୋଇପଡ଼ିଛି । ପାର୍କର ବାହାରେ ତାଲା ପଡ଼ିଥିବା ବେଳେ ଭିତରେ ପିଲାଙ୍କ ମନୋରଞ୍ଜନ ପାଇଁ ଖେଳ ସାମଗ୍ରୀ ଭଙ୍ଗା ଦଦରା ହୋଇଯାଇଛି । ତିନି ବର୍ଷ ତଳେ ଉଦଘାଟିତ ହୋଇଥିବା ଏହି ପାର୍କର ବାସ୍ତବ ଚିତ୍ର ସମସ୍ତଙ୍କୁ ଚକିତ କରିଛି । କେବଳ ଏହି ଗୋଟିଏ ପାର୍କ ନୁହେଁ, ବ୍ଲକର ପ୍ରତିଟି ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବ୍ଲକର ୩୧ଟି ପଞ୍ଚାୟତରେ ଗ୍ରାମୀଣ ପାର୍କ ପାଇଁ ଖର୍ଚ୍ଚ ହୋଇଥିଲା ୧୫ଲକ୍ଷ ଟଙ୍କା । ଏହି ଆଧାରରେ ୩୧ଟି ପଞ୍ଚାୟତରେ କୋଟିଏରୁ ଊଦ୍ଧ୍ୱର୍ ଟଙ୍କାରେ ନିର୍ମାଣ ହୋଇଥିଲା ପାର୍କ । କିନ୍ତୁ ଏହାର ରକ୍ଷଣାବେକ୍ଷଣ ଅଭାବ ସାଙ୍ଗକୁ ପ୍ରଶାସନର ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ସ୍ଥାୟୀ ବାସିନ୍ଦା । ବୋରିଗୁମ୍ମା ବ୍ଲବକୁ ଏଏନସି ଘୋଷଣା କରିବା ପାଇଁ ଦୀର୍ଘ ଦିନ ହେବ ଦାବି କରାଯାଇଆସୁଛି । ଏଥିପାଇଁ ଅନେକ ନେତା ଓ ମନ୍ତ୍ରୀଙ୍କ ଠାରୁ ପ୍ରତିଶ୍ରୁତି ମଧ୍ୟ ମିଳିସାରିଛି । କିନ୍ତୁ ଏପର୍ଯ୍ୟନ୍ତ ଯାଏଁ ସେମାନଙ୍କ ଦାବି ପୂରଣ ହୋଇପାରିନାହିଁ । ସେପଟେ ସ୍ଥାନୀୟ ପ୍ରଶାସନର ଦାୟିତ୍ୱହୀନତାକୁ ନେଇ ସ୍ଥାନୀୟ ବାସିନ୍ଦା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।