ଗାଁରେ ସହରର ଭ୍ରମ । ଗାଁ ପରିମଳକୁ ସ୍ୱଚ୍ଛ ରଖିବା ପାଇଁ ତିଆରି ହେଲା ପାର୍କ । ଏନଆରଜିଏସ ଯୋଜନାରେ ଖୋଳା ହୋଇଥିବା ପୋଖରୀ ସୃଷ୍ଟି କରିଛି ସୁଇମିଙ୍ଗ ପୁଲର ଭ୍ରମ

160

କନକ ବ୍ୟୁରୋ: ଏନଆରଜିଏସ ଯୋଜନାରେ ମାଧ୍ୟମରେ ଗାଁରେ ନିର୍ମାଣ ହୋଇଛି ସୁନ୍ଦର ଆମୋଦପ୍ରମୋଦ ଉଦ୍ୟାନ । ଆଉ ଫୁରସତ୍ ମିଳିଲେ ପାର୍କରେ ଘେରାଏ ବୁଲି ମନୋରଞ୍ଜନ କରୁଛନ୍ତି ଗାଁ ଲୋକେ । ଲୋକଙ୍କ ମନରେ ସକରାତ୍ମକ ଭାବନା ଓ ଶାନ୍ତି ଭରିଦେଉଛି କେନ୍ଦ୍ରାପଡା ଆଳି ବ୍ଲକ ଟୁଙ୍ଗା ଗାଁର ଥିବା ଏହି ପାର୍କ । ସ୍ଥାନୀୟ ସରପଞ୍ଚଙ୍କ ଉଦ୍ୟମରେ ଏଭଳି ପାର୍କ ନିର୍ମାଣ କରାଯାଇଥିବାରୁ ଚାରିଆଡ଼ୁ ଛୁଟୁଛି ପ୍ରଶଂସାର ସୁଅ ।

ଗାଁରେ ସୃଷ୍ଟି ହୋଇଛି ସହରର ଭ୍ରମ । ଯେଉଁଠି ରହିଛି ସୁନ୍ଦର ପାର୍କ ସାଙ୍ଗକୁ ସୁଇମିଙ୍ଗ ପୁଲ । ଆଉ ମନୋରଞ୍ଜନ ପାଇଁ ଏଠାରେ ଲୋକଙ୍କ ଭିଡ଼ ଜମୁଛି । ସହର ଭଳି ଦିଶୁଥିଲେ ମଧ୍ୟ ଏହା କେଉଁ ସହରର ଦୃଶ୍ୟ ନୁହେଁ, ଏହା କେନ୍ଦ୍ରାପଡା ଆଳି ବ୍ଲକ ଟୁଙ୍ଗା ଗାଁର ଦୃଶ୍ୟ । ଟୁଙ୍ଗା ଗାଁରେ ଥିବା ଏହି ପାର୍କ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ପୋଖରୀକୁ ଦେଖିବା ପାଇଁ ପ୍ରତିଦିନ ସନ୍ଧ୍ୟାରେ ଲୋକଙ୍କ ଭିଡ ଲାଗୁଛି ।

କିଛି ଦିନ ଅଗରୁ ଏହି ସ୍ଥାନରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଥିଲା । ଏନଆରଜିଏସ ଯୋଜନାରେ ବର୍ଷକ ଭିତରେ ଏଠାରେ ଏକ ପାର୍କ ନିର୍ମାଣ କରାଯାଇଛି । ଆଉ ଏକ ପୋଖରୀ ଖୋଳି, ସୁଇମିଙ୍ଗ ପୁଲ ଭଳି ପୋଖରୀ ଚାରିପଟେ ଲାଇଟ ଏବଂ ଟାଇଲ ବିଛା ଯାଇଛି । ଏନଆରଜିଏସ ଯୋଜନାରେ ପୋଖରୀ ସୌନ୍ଦର୍ଯ୍ୟକରଣ କାମ କରିଛନ୍ତି ସ୍ଥାନୀୟ ସରପଞ୍ଚ ।

ପାର୍କରେ ବିଭିନ୍ନ ପ୍ରଜାତିର ଫୁଲ ସାଙ୍ଗକୁ ଛୋଟ ପିଲାଙ୍କ ପାଇଁ ଦୋଳି ରହିଛି । ଏପରିକି ଲୋକଙ୍କୁ ଆକର୍ଷଣ କରିବା ପାଇଁ ପାର୍କର କାନ୍ଥରେ ବିଭିନ୍ନ ଚିତ୍ର ଅଙ୍କାଯାଇଛି । ପାର୍କ ଆସି ଲୋକେ ମଜା ନେବା ସହ ସେଲଫି ମଧ୍ୟ ନେଉଥିବାର ଦେଖିବାକୁ ମିଳିଛି ।

ଆଗରୁ ଏହି ସ୍ଥାନଟି ଆଳିଆ ହୋଇ ରହିଥିଲା ଗତ ଏହାକୁ ବର୍ଷ ଏନଆରଜିଏସ ମାଧ୍ୟମରେ ପାର୍କ ନିର୍ମାଣ କରିଥିଲେ ଓ ଏ ବର୍ଷ ପୋଖରି ଖୋଳି ସୁଇମିଙ୍ଗ ପୁଲ ଭଳି ପୋଖରୀ ଚାରିପଟେ ଲାଇଟ ସହ ଟାଇଲ ବିଛା ଯାଇଛି । ସରକାରଙ୍କ ଏନଆରଜିଏସ ମାଧ୍ୟମରେ ପୋଖରୀ ସୌନ୍ଦର୍ଯ୍ୟକରଣ କାମ କରିଛନ୍ତି ସରପଞ୍ଚ  । ଏହାକୁ ଦେଖିବାକୁ ଆସୁଥିବା ଲୋକମାନେ ସରପଞ୍ଚଙ୍କୁ ପ୍ରଶଂସା କରି ଯାଉଛନ୍ତି ।