ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର । ପାରାଦୀପ ବନ୍ଦରର ନବୀକରଣ ଓ ବିଶ୍ୱସ୍ତରୀୟ ପାଇଁ ଖର୍ଚ୍ଚ ହେବ ୩ ହଜାର କୋଟି  । କେନ୍ଦ୍ର କ୍ୟାବିନେଟରେ ନିଷ୍ପତି 

270

କନକ ବ୍ୟୁରୋ : ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର । କେନ୍ଦ୍ର କ୍ୟାବିନେଟରେ ଏନେଇ ନିଷ୍ପତିି ନିଆଯାଇଛି  ।  ପାରାଦୀପ ବନ୍ଦରର ନବୀକରଣ ଓ ବିଶ୍ୱସ୍ତରୀୟ ପାଇଁ ୩ ହଜାର କୋଟି ଖର୍ଚ୍ଚ ହେବ । ବନ୍ଦରରେ ନିର୍ମାଣ ହେବ ୱେଷ୍ଟର୍ଣ୍ଣ ଡକ୍ । ‘ବିଶ୍ୱର ବିଜିନେସ ହବ’ ହେବ ଓଡିଶାର ପାରାଦୀପ ।  ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟା ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, କମ ସମୟରେ ଅଧିକ ମାଲ ପରିବହନ ପାଇଁ ବଡ଼ ଜାହାଜ ନିର୍ମାଣ ଚାଲିଛି ।  ବଡ ଜାହାଜ ଆଣିବାକୁ ଭାରତକୁ ବଡ ବନ୍ଦର ଓ ଡକ ଦରକାର ।  ନବୀକରଣ ପରେ ପାରାଦୀପ ବନ୍ଦରକୁ ସେସବୁ ଜାହାଜ ଆସିପାରିବ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ପ୍ରଧାନମନ୍ତ୍ରୀ ଓ ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।