କନକ ବ୍ୟୁରୋ : ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର । କେନ୍ଦ୍ର କ୍ୟାବିନେଟରେ ଏନେଇ ନିଷ୍ପତିି ନିଆଯାଇଛି । ପାରାଦୀପ ବନ୍ଦରର ନବୀକରଣ ଓ ବିଶ୍ୱସ୍ତରୀୟ ପାଇଁ ୩ ହଜାର କୋଟି ଖର୍ଚ୍ଚ ହେବ । ବନ୍ଦରରେ ନିର୍ମାଣ ହେବ ୱେଷ୍ଟର୍ଣ୍ଣ ଡକ୍ । ‘ବିଶ୍ୱର ବିଜିନେସ ହବ’ ହେବ ଓଡିଶାର ପାରାଦୀପ । ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟା ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, କମ ସମୟରେ ଅଧିକ ମାଲ ପରିବହନ ପାଇଁ ବଡ଼ ଜାହାଜ ନିର୍ମାଣ ଚାଲିଛି । ବଡ ଜାହାଜ ଆଣିବାକୁ ଭାରତକୁ ବଡ ବନ୍ଦର ଓ ଡକ ଦରକାର । ନବୀକରଣ ପରେ ପାରାଦୀପ ବନ୍ଦରକୁ ସେସବୁ ଜାହାଜ ଆସିପାରିବ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ପ୍ରଧାନମନ୍ତ୍ରୀ ଓ ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/36-18.jpg)