କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ଆଜିଠୁ ପଞ୍ଚୁକ ବ୍ରତ । କାର୍ତ୍ତିକ ମାସକ ଯାକ ଶ୍ରୀଜିଉ ରାଧା ଦାମୋଦର ବେଶରେ ଦର୍ଶନ ଦେଉଥିବା ବେଳେ ଶେଷ ୫ଦିନରେ ୫ପ୍ରକାର ବେଶରେ ଦର୍ଶନ ଦେଇଥାଆନ୍ତି ଶ୍ରୀଜିଉ । କାର୍ତିକ ମାସରେ ଏହି ବ୍ରତ ପାଳନ କଲେ ମହାପୁଣ୍ୟ ମିଳିଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି । ସେଥିପାଇଁ ବ୍ରତଧାରୀ ମାନେ ବେଶ ନିଷ୍ଠାର ସହିତ ଏହାକୁ ପାଳନ କରନ୍ତି । ଶ୍ରୀକ୍ଷେତ୍ରରେ ଥିବା ପୁଷ୍କରିଣୀ ଓ ମହୋଦଧୀରେ ସ୍ନାନ କରି ଉପବାସ ରଖିଥାଆନ୍ତି । କାର୍ତ୍ତିକ ବ୍ରତର ଶେଷ ପଂଚ ଦିନର ପ୍ରଥମ ଦିନ ହରି ଶୟନ ଉଥାନ ଏକାଦଶୀ । ସେଥିପାଇଁ ଶ୍ରୀମନ୍ଦିରର ପ୍ରଶାସନ ପ୍ରାତଃ ୪ଟାରେ ଦ୍ୱାରଫିଟା ପରେ ଅବକାଶ ନୀତି ହୋଇଥାଏ ।
ସେହିପରି ପଂଚୁକରେ ଆଠଗଡ଼ ଧବଳେଶ୍ୱର ମନ୍ଦିରରେ ଖାଁ ଖାଁ ଦେଖିବାକୁ ମିଳିଛି । କରୋନା ମହାମାରୀ ଯୋଗୁଁ ୧୪୪ ଧାରା ଜାରି କରିଛନ୍ତି ପ୍ରଶାସନ । ମନ୍ଦିର ପରିସରରେ ପୋଲିସ ଫୋର୍ସ ମୁର୍ତୟନ ହୋଇଛି । ଏପରିକି ସେହି ରାସ୍ତାରେ ଅଟକିବା ପାଇଁ ଲୋକଙ୍କୁ ମନା ହୋଇଛି । ମନ୍ଦିର ପାଖଶ ପାଖି ରାସ୍ତାରେ ୧୪୪ ଧାରା ଜାରି ହୋଇଛି । ଏପରିକି ଦୋକାନ ବଜାର ବନ୍ଦ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/PANCHUKA-1.jpg)