କନକ ବ୍ୟୁରୋ: ବିଧାନସଭାରେ ପଞ୍ଚାୟତ ଆଇନ ସଂଶୋଧନ ବିଲ୍ ପାରିତ ହୋଇଛି । ଏସସି/ଏସଟି ଓ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ । ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ । ପଛୁଆ ବର୍ଗଙ୍କ ସଂରକ୍ଷଣରେ ଯାହା ଲାଗୁ ହେବ ପ୍ରାଧିକୃତ ଅଧିକାରୀ କର୍ଯ୍ୟକାରୀ କରିବେ ।
ଏସସି/ଏସଟିଙ୍କ ପାଇଁ ସଂରକ୍ଷଣ ପରେ ଅବଶିଷ୍ଟ ପଛୁଆ ବର୍ଗଙ୍କୁ ମିଳିବ । ସିଡ୍ୟୁଲ ଏରିଆରେ ୫୦ ପ୍ରତିଶତ ସଂରକ୍ଷଣ ଲାଗୁ ହେବ ନାହିଁ । ତେବେ ଆଜି ଗୃହରେ ହଟ୍ଟଗୋଳ ମଧ୍ୟରେ ଏହି ବିଲ ପାରିତ ହୋଇଛି । ଏହାସହ କାଲି ଯାଏଁ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/1-12.jpg)