କାହିଁକି କରୁଥିଲେ କ୍ୟାଟରିଂ ଚାକିରି କରୁଥିଲେ ଟିମ ଇଣ୍ଡିଆର ଦ୍ରୁତତମ ବୋଲର ମହମ୍ମଦ ସିରାଜ? କହିଲେ କେମିତି କଟିଥିଲା ପିଲାଦିନ...

କାହିଁକି କରୁଥିଲେ କ୍ୟାଟରିଂ ଚାକିରି କରୁଥିଲେ ଟିମ ଇଣ୍ଡିଆର ଦ୍ରୁତତମ ବୋଲର ମହମ୍ମଦ ସିରାଜ? କହିଲେ କେମିତି କଟିଥିଲା ପିଲାଦିନ...

କନକ ବ୍ୟୁରୋ: ଚର୍ଚ୍ଚାରେ ଟିମ ଇଣ୍ଡିଆର ଦ୍ରୁତତମ ବୋଲର ମହମ୍ମଦ ସିରାଜଙ୍କ ଭିଡିଓ । ଏହି ଭିଡିଓ ଜୀବନ ସଂଘର୍ଷ କଥା ନିଜେ ବଖାଣିଛନ୍ତି ସିରାଜ । କେମିତି କଟିଥିଲା ତାଙ୍କ ପିଲାଦିନ, କାହିଁକି କରିବାକୁ ପଡିଥିଲା କ୍ୟାଟରିଂ ଚାକିରି । ସେହି ସବୁ ସଂଘର୍ଷ କଥାର ଭିଡିଓରେ ଦେଖିବାକୁ ମିିଳିଛି । ସିରାଜଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ବିସିସିଆଇ ଏହି ଭିଡିଓ ନିଜ ଅଫିସିଆଲ ପେଜରେ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛି ।

ମହମ୍ମଦ ସିରାଜ । ଟିମ ଇଣ୍ଡିଆର ଅନ୍ୟତମ ଦ୍ରୁତ ବୋଲର । ଫେବ୍ରୁଆରୀ ୧୩ରେ ସିରାଜ ନିଜ ଜନ୍ମଦିନ ପାଳୁଛନ୍ତି । ଏହି ଅବସରରେ ବିସିସିଆଇ ଦ୍ରୁତ ବୋଲରଙ୍କୁ ନିଆରା ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହ ଏକ ଭିଡିଓ ଜାରି କରିଛି । ଭିଡିଓରେ ରହିଛି ସିରାଜଙ୍କ ଜୀବନର କିଛି ଜଣା, ଅଜଣା କଥା ।

ଜାରି ହୋଇଥିବା ଭିଡିଓରେ ସିରାଜ ନିଜ ସହର ହାଇଦ୍ରାବାଦ ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା କହିଛନ୍ତି, ଯାହା ହୁଏତ ତାଙ୍କ ପ୍ରଂଶସକ ପୂର୍ବରୁ କେବେ ଜାଣନଥିବେ । କେମିତି କଟିଥିଲା ପିଲାଦିନ, କେମିତି ଥିଲା ସଂଘର୍ଷଭରା ଜୀବନ ସେସେବୁ ନିଜେ ସିରାଜ ବଖାଣିଛନ୍ତି । ଘରର ଆୟ ବେଶ କମଥିଲା । ବାପା ଜଣେ ମାତ୍ର ରୋଜଗାର କରୁଥିଲେ । ତେଣୁ ଘରର ଦାୟିତ୍ୱ ପିଲାଦିନରୁ ହିଁ ବୁଝିବା ସହ ଅଳ୍ପବହୁତ ସମ୍ଭାଳିଥିଲେ ସିରାଜ ତେଣୁ କ୍ୟାଟରିଂ କାମ ମଧ୍ୟ କରିଥିଲେ... ଆପଣ ଜାଣିଛନ୍ତି ସିରାଜ ଜଣେ ଚା ପ୍ରେମୀ । ହାଇଦ୍ରାବାଦରେ ସିରାଜଙ୍କ ମନପସନ୍ଦର ଚା ଦୋକାନ ଅଛି । କ୍ରିକେଟରୁ ଟିକେ ବିରତି ପାଇଲେ ଚା ପିଇବାକୁ ସେଠାକୁ ପହଁଚିଯାଆନ୍ତି । ଏଥିସହ ସେ କହିଛନ୍ତି ଦୁନିଆର ସବୁଠୁ ଖୁସି,ଶାନ୍ତି ତାଙ୍କୁ ଇଦଗାହ ଗ୍ରାଉଣ୍ଡ ମିଳେ ଯେଉଁଠି ସେ ଛୋଟବେଳୁ ସମୟ କାଟିଥିଲେ ।

୧୯୯୪ ମାର୍ଚ୍ଚ ୧୩ ତାରିଖରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ ସିରାଜ । ତାଙ୍କ ବାପା ଅଟୋ ଚାଳକ ଥିଲେ ଓ ମା ଜଣେ ଗୃହିଣୀ । ଯେଉଁ ସମୟରେ ସିରାଜ ଟେଷ୍ଟ ଡେବ୍ୟୁ କରିଥିଲେ ଠିକ ତା ପୂର୍ବରୁ ବାପାଙ୍କ ନିଧନ ହୋଇଥିଲା । ବାପାଙ୍କ କଥା କହୁ କହୁ ଭାବବିହ୍ୱଳ ହୋଇପଡିଥିଲେ ମହମ୍ମଦ ସିରାଜ । ତେବେ ପ୍ରଶଂସକଙ୍କୁ ସେ ଏକଥା ମଧ୍ୟ କହିଛନ୍ତି ଯିଏ କଠିନ ପରିଶ୍ରମ କରେ, ଲକ୍ଷ୍ୟ ଉପରେ କଡ଼ା ନଜର ରଖେ ଦିନେ ନା ଦିନେ ସଫଳତା ସ୍ୱାଦ ଚାଖିଥାଏ । ଯଦି ତାଙ୍କ କ୍ରିକେଟ କ୍ୟାରିୟର ଉପରେ ନଜର ପକାଇବା ୨୦୧୭ରେ ଟି-୨୦ କ୍ରିକେଟ ଖେଳି ଅର୍ନ୍ତଜାତୀୟ ଡେବ୍ୟୁ କରିଥିଲେ । ଏବେ ସୁଦ୍ଧା ୨୭ ଟେଷ୍ଟ, ୪୧ ୱାନଡେ, ୧୦ଟି ଟି-୨୦ ମ୍ୟାଚ ଖେଳିସାରିଛନ୍ତିି । ବର୍ତମାନ ଆରସିବିର ଅନ୍ୟତମ ଦାମୀ ଖେଳାଳୀ ହେଉଛନ୍ତି ମହମ୍ମଦ ସିରାଜ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe