ଅକ୍ସଫୋର୍ଡ ଭ୍ୟାକସିନ ୯୦% ସଫଳ ନେଇ କହିଲେ ବ୍ରିଟେନ ସ୍ୱାସ୍ଥ୍ୟମନ୍ତ୍ରୀ : ତୃତୀୟ ପର୍ଯ୍ୟାୟରେ ଚାଲିଛି ପରୀକ୍ଷଣ; ଖୁବଶୀଘ୍ର ଆସିପାରେ ଟୀକା

ସେପଟେ , ଆମେରିକା ଆଣିବାକୁ ଯାଉଛି ଖୁସି ଖବର

95

କନକ ବ୍ୟୁରୋ : କରୋନା ଟୀକାକୁ ନେଇ ସାରା ବିଶ୍ୱ ଅପେକ୍ଷା କରିଛି । ଏହାରି ଭିତରେ ଖୁସି ଖବର ଆଣିପାରେ ଅକ୍ସଫୋର୍ଡ ଭ୍ୟାକସିନ । କାରଣ ଏହି ଭ୍ୟାକସିନ୍ ୯୦ ପ୍ରତିଶତ ସଫଳ ନେଇ ବ୍ରିଟେନ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ବ୍ରିଟେନ ସ୍ୱାସ୍ଥ୍ୟ ସଚିବ ମାର୍ଟ ହଙ୍କକକ୍ ଏକ ଆନ୍ତଜାର୍ତିୟ ଗଣମାଧ୍ୟମ ସ୍କାଏ ନ୍ୟୁଜକୁ ଏନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ତୃତୀୟ ପର୍ଯ୍ୟାୟରେ ଟୀକା ପରୀକ୍ଷଣ ଚାଲିଛି  । ଏଥିରେ ୯୦ ପ୍ରତିଶତ ସଫଳ ନେଇ ସେ ଦାବି କରିଛନ୍ତି । ତେଣୁ ଖୁବ ଶୀଘ୍ର ଟୀକା ଆସିବା ନେଇ ଏକପ୍ରକାର ସମ୍ଭାବନା ସୃଷ୍ଟି ହୋଇଛି ।

ସେପଟେ , ଆମେରିକା ଆଣିବାକୁ ଯାଉଛି ଖୁସି ଖବର । ୧୨ ଡିସେମ୍ବରରେ ଆମେରିକାରେ ପ୍ରଥମ ଥର ପାଇଁ ଟୀକା ଆଣିବାକୁ ଯାଉଛି ବୋଲି ସୂଚନା ମିଳିଛି । କରୋନା ଭ୍ୟାକସିନ୍ ତିଆରି କରୁଥିବା ଆମେରିକାର ଫାଇଜର କମ୍ପାନି କରୋନା ଟୀକାର ପ୍ରସ୍ତୁତ କରିଛି । ଏନେଇ କରୋନା ଟିକା କାର୍ଯ୍ୟକ୍ରମର ମୁଖ୍ୟ ମୋନସେଫ ସାଲୁଇ କହିଛନ୍ତି, ୧୧ ଡିସେମ୍ବରରେ ଆମେରିକାରେ କରୋନା ଜୀବାଣୁ ପାଇଁ ପ୍ରଥମ ଟିକା ଆରମ୍ଭ ହୋଇପାରେ । ଆମେରିକା କମ୍ପାନୀ ଫାଇଜର, ଭାଇରସ୍ ବିରୋଧରେ ୯୫ ପ୍ରତିଶତ ପ୍ରଭାବଶାଳୀ ଟୀକା ପ୍ରସ୍ତୁତ କରିଛି ବୋଲି ଦାବି କରିଛି ।

ଏହାର ଟୀକାକରଣ ପାଇଁ ଆମେରିକା ସରକାରଙ୍କ ତରଫରୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଚାହୁଁଛି । ଫାଇଜର ପକ୍ଷରୁ କହାଯାଇଛି ଅନୁମତି ମିଳିଲେ ଜରୁରୀକାଳୀନ ବ୍ୟବହାର ପ୍ରକିୟା ଶୀଘ୍ର ଆରମ୍ଭ କରାଯିବ । ସିଏନ୍ଏନ୍ ସହ କଥାବାର୍ତା କରି ସାଲୋ କହିଛନ୍ତି, ଆମର ଲକ୍ଷ୍ୟ ରହିଛି ଅନୁମତି ମିଳିବାର ୨୪ ଘଂଟା ଭିତରେ ଟୀକାକରଣ କେନ୍ଦ୍ରରେ ଏହି ଟୀକା ପହଂଚାଇବା ପାଇଁ ଜୋରଦାର ଉଦ୍ୟମ କରାଯିବ । ଯଦି ଫାଇଜରକୁ ଆମେରିକା ସରକାର ଅନୁମତି ଦିଅନ୍ତି, ତେବେ ଟୀକା ୧୧ କିମ୍ବା ୧୨ ଡିସେମ୍ବର ସୁଦ୍ଧା ଉପଲବ୍ଧ ହୋଇପାରେ ବୋଲି ଆଶା କରାଯାଉଛି ।