ଭାରତରେ ଖୋଲିବାକୁ ଯାଉଛି ପ୍ରତିଷ୍ଠିତ ବିଦେଶୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ । ଅକ୍ସଫୋର୍ଡ, ଷ୍ଟାଣ୍ଡଫୋର୍ଡ ଓ ୟେଲେ ଭଳି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳର କ୍ୟାମ୍ପସ ଖୋଲିବାକୁ କେନ୍ଦ୍ରସରକାରଙ୍କ ପ୍ରସ୍ତୂୁତି

ଭାରତରେ ଖୋଲିବ ଅକ୍ସଫୋର୍ଡ କ୍ୟାମ୍ପସ୍

109

କନକ ବ୍ୟୁରୋ :  ସବୁ ବିଦ୍ୟାର୍ଥୀଙ୍କର ଗୋଟିଏ ସ୍ୱପ୍ନ ଥାଏ ଯେ ତାଙ୍କୁ ମିଳିଯା’ନ୍ତାକି ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ପଢିବାର ସୁଯୋଗ । କାରଣ ଅକ୍ସଫୋର୍ଡ ଏମିତି ଏକ ବିଶ୍ୱ ବିଦ୍ୟାଳୟ, ଯେ କି ତା’ର ସ୍ୱତନ୍ତ୍ରତା ପାଇଁ ସାରା ବିଶ୍ୱରେ ପରିଚିତ । ହେଲେ ଏଠାରେ ପଢିବାକୁ ଉଚ୍ଚ ମାର୍କ ହାର ଓ ପାଖରେ ବହୁତ ଟଙ୍କାର ଆବଶ୍ୟକତା ରହିଛି । ଏହା ସହ ଏହି ବିଶ୍ୱ ବିଦ୍ୟାଳୟ ଟି ବିଦେଶରେ ହୋଇଥିବାରୁ ଅନେକ ଭାରତୀୟ ମେଧାବୀଙ୍କ ସ୍ୱପ୍ନ ସ୍ୱପ୍ନରେ ରହିଯାଏ । ହେଲେ ଏବେ ମେଧାବୀଙ୍କ ସ୍ୱପ୍ନ ପୂୁରଣ ହେବାକୁ ଯାଉଛି ।

ଅକ୍ସଫୋର୍ଡ ଓ ଷ୍ଟାଣ୍ଡଫୋର୍ଡ ଓ ୟେଲ ଭଳି ପ୍ରତିଷ୍ଠିତ ବିଦ୍ୟାଳୟର କ୍ୟାମ୍ପସ୍ ଭାରତରେ ଖୋଲିବାକୁ ଯାଉଛି । ଏନେଇ ଭାରତ ସରକାର ନୂଆ ଆଇନ ପ୍ରଣୟନ କରିବେ ବୋଲି ଜଣାପଡିଛି । ଏ ସଂପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ଲାଲ ପୋଖରୀୟାଲ ନିଶଙ୍କ । ଦକ୍ଷୀଣ ଏସିଆର ପ୍ରଥମ ଦେଶ ଭାବେ ଭାରତରେ ଏହି ସବୁ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ଖୋଲିବାକୁ ଯାଉଛି । ଦକ୍ଷିଣ ଏସିଆର ପ୍ରାୟ ସାଢେ ୭ ଲକ୍ଷ ଛାତ୍ର ଛାତ୍ରୀ ପ୍ରତିବର୍ଷ ଉଚ୍ଚଶିକ୍ଷା ଲାଗି ଆମେରିକା ଓ ଇଂଲଣ୍ଡର ପ୍ରତିଷ୍ଠିତ ବିଶ୍ୱ ବିଦ୍ୟାଳୟରେ ନାମ ଲେଖାଉଛନ୍ତି । ଏହି ପାଠ ପଢା ଲାଗି ବାର୍ଷିକ ୧୫ କୋଟି ଡଲାର ଖର୍ଚ୍ଚ ହେଉଛି । ଭାରତରେ ବିଦେଶୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ଖୋଲିବା ପାଇଁ ବିଶେଷ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗ୍ରହ ପ୍ରକାଶ କରିଥିବା ଜଣାପଡିଛି । ଅନ୍ୟପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି କି ଭାରତରେ ମେଧାବୀ ଛାତ୍ର ଛାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବିଦେଶୀ ବିଶ୍ୱବିଦ୍ୟାଳୟ ଗୁଡିକ ଭାରତରେ କ୍ୟାମ୍ପସ୍ ଖୋଲିବାକୁ ଆଗ୍ରହ ପ୍ରକାଶ କରିଛିନ୍ତି ।