ୱେବ ପୋର୍ଟାଲ ମାଲିକ ଅଟକ: ଦୂତୀ ଚାନ୍ଦଙ୍କ ବିରୋଧରେ ଅଶାଳୀନ ଟିପଣୀ ପଡିଲା ମହଙ୍ଗା

131

କନକ ବ୍ୟୁରୋ: ଦୂତୀ ଚାନ୍ଦଙ୍କ ଅଭିଯୋଗ ପରେ ୱେବ୍ ପୋର୍ଟାଲର ସଂପାଦକ ସୁଧାଂଶୁ ରାଉତଙ୍କୁ ଉଠାଇ ଆଣିଲା ପୁଲିସ । ଭୁବନେଶ୍ୱର ମହିଳା ଥାନାରେ ସୁଧାଂଶୁଙ୍କୁ କରାଯାଇଛି ମାରାଥନ ଜେରା । ଦୂତୀ ଅଭିଯୋଗ କରିଥିଲେ, ଆଲମ୍ପିକ୍ ଖେଳିବାକୁ ଯାଇଥିବା ବେଳେ ୱେବ୍ ପୋର୍ଟାଲରେ ଦୂତୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେବା ସହ ବିବାଦୀୟ ଖବର ପ୍ରସାରଣ କରିଥିଲେ ସୁଧାଂଶୁ ।

ମହିଳା ଥାନାରେ ଏତଲା ଦେଇ ଦୂତୀ ଅଭିଯୋଗ କରିଥିଲେ, ୱେବପୋର୍ଟାଲ ସଂପାଦକ ସୁଧାଂଶୁ ରାଉତ ଏବଂ ସଂପୃକ୍ତ ୱେବ ପୋର୍ଟାଲର ପ୍ରତିନିଧି ସ୍ମୃତିରଂଜନ ବେହେରା ତାଙ୍କୁ ଟଙ୍କା ମାଗିଥିଲେ ଓ ସେ ମନା କରିବାରୁ ବଦନାମ କରିବାକୁ ଅଶ୍ଳୀଳ ଭାଷାରେ ଖବର ପ୍ରସାରଣ କରିଥିଲେ । ଫଳରେ ଅଲମ୍ପିକ୍ସ ବେଳେ ସେ ମାନସିକ ଚାପରେ ଥିଲେ । ପୁଲିସର କାର୍ଯାନୁଷ୍ଠାନ ପରେ ଦୂତୀ କହିଛନ୍ତି, ତାଙ୍କୁ ନ୍ୟାୟ ମିଳିବ ।

ସୁଧାଂଶୁ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଆଇପିସିର ଧାରା ୩୫୪-ଏ ଅର୍ଥାତ୍ ଯୌନ ନିର୍ଯାତନା, ଆଇପିସିର ଧାରା ୫୦୬ ଅର୍ଥାତ ଅପରାଧିକ ଧମକ, ଆଇପିସିର ଧାରା ୧୨୦-ବି ଅର୍ଥାତ ଅପରାଧିକ ଷଡଯନ୍ତ୍ର, ଧାରା ୩୮୫ ଅର୍ଥାତ୍ ଭୟଭୀତ କରି ବଟି ଆଦାୟ କରିବା, ଧାରା ୫୦୯ ଅର୍ଥାତ୍ ଜଣେ ମହିଳାଙ୍କ ଇଜ୍ଜତ୍ ଉପରେ ଆଂଚ ଆଣିବା ପରି କାର୍ଯ୍ୟ କରିବା, ୨୯୨-୨ ଅର୍ଥାତ୍ ଅଶ୍ଳୀଳ ଭାଷାରେ ଖବର ପ୍ରସାରଣ କରିବା ଭଳି ସଂଗୀନ ଧାରାରେ ମାମଲା ରୁଜୁ କରିଛି ପୁଲିସ ।

ସୁଧାଂଶୁଙ୍କ ବିରୋଧରେ ମାମଲା

୩୫୪-ଏ ଯୌନ ନିର୍ଯାତନା
୫୦୬ ଅପରାଧିକ ଧମକ
୧୨୦ (ବି) ଅପରାଧିକ ଷଡଯନ୍ତ୍ର
୩୮୫ ଭୟଭୀତ କରି ବଟି ଆଦାୟ କରିବା
୫୦୯ ମହିଳାଙ୍କ ଇଜ୍ଜତ୍ ଉପରେ ଆଂଚ ଆଣିବା
୨୯୨(୨) ଅଶ୍ଳୀଳ ଭାଷାରେ ଖବର ପ୍ରସାରଣ କରିବା