କନକ ବ୍ୟୁରୋ : ବନ୍ୟାରେ ମାଲାମାଲ ବୋଟ ମାଲିକ । ଲୋକଙ୍କ କାମରେ ଆସୁନି ସରକାରୀ ବୋଟ୍ । ଆଉ ବନ୍ୟା ବିପନ୍ନଙ୍କୁ ପାଣି ପାରି କରାଇ ମାଲାମାଲ ହେଉଛନ୍ତି ଘରୋଇ ବୋଟ ମାଲିକ । ପାଣି ଘେରରେ ଥିବା ବନ୍ୟା ବିପନ୍ନଙ୍କୁ ପାଣି ପାରି କରାଇ ଦେବା ପାଇଁ ଦୈନିକ ୫ଶହ ଟଙ୍କା ନେଉଛନ୍ତି ଘରୋଇ ବୋଟ ମାଲିକ ।
କଟକ ଜିଲ୍ଲା ବାଙ୍କୀ ସିମିଳିପୁରରୁ ଆସିଛି ବନ୍ୟା ବିପନ୍ନଙ୍କ ଏଭଳି ଦୁର୍ଦଶାର ଖବର । ..ତେବେ ବଡ କଥା ହେଉଛି ଯେ, କନକ ନ୍ୟୁଜରେ ଏସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ଚାପ ପକାଉଛନ୍ତି ସରପଂଚ । ଫୋନ୍ କରି ଖବର ନଦେଖାଇବାକୁ ଆମ ପ୍ରତିନିଧିଙ୍କୁ କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/1-1.jpg)