ଅନଲକ-୧ ସମୟରେ ଘର ଛାଡିବାକୁ ନେଇ ମାଲିକ ଓ ଭଡାଟିଆଙ୍କ ମଧ୍ୟରେ କଳହ । ଦେହରେ ନିଆଁ ଲଗାଇ ଭଡାଟିଆ ଗୁରୁତର : ଘର ନ ଛାଡିବାରୁ ପାଇଖାନାରେ ତାଲା ପକାଇଦେଇଥିଲା ଘରମାଲିକ

506

କନକ ବ୍ୟୁରୋ : ଘର ମାଲିକଙ୍କ ସହ ଝଗଡା ସହିନପାରି ଜଣେ ଭଡାଟିଆ ଥାନା ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି ହୋଇଛନ୍ତି । ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ କୁମ୍ଭାରପଡାରେ ଏଭଳି ଘଟଣା ଘଟିଛି । ଏଠାରେ ଭୋଳା ମହନ୍ତ ଏକ ଭଡା ଘରେ ରହୁଥିଲେ । ଘର ମାଲିକ ଘର ନିର୍ମାଣ କରିବାକୁ କହିବା ସହ ଘର ତୁରନ୍ତ ଖାଲି କରିବାକୁ ଭୋଳାକୁ କହିଥିଲେ ।

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ସହ ମାରପିଟ ହୋଇଥିଲା । ଏପରିକି ମାମଲା ଥାନା ଯାଏଁ ଯାଇଥିଲା । ଥାନାରେ ମିଳାମିଶା ବି ହୋଇଥିଲା । ହେଲେ ପରେ ପୁଣି ଘରମାଲିକ ଭୋଳା ବ୍ୟବହାର କରୁଥିବା ପାଇଖାନାରେ ତାଲା ପକାଇଦେଇଥିଲେ । ଭୋଳା ଗତକାଲି ବିଳମ୍ବିତ ରାତିରେ ଧନୁପାଲି ଥାନାରେ ସମ୍ମୁଖରେ ପଂହଚି ନିଜ ଦେହରେ କିରାସିନି ଢାଳି ନିଆଁଲଗାଇଦେଇଥିଲେ । ପୁଲିସ ତୁରନ୍ତ ନିଆଁ ଲିଭାଇବ ସହ ଭୋଳାକୁ ବୁର୍ଲାମେଡିକାଲରେ ଭର୍ତି କରିଛି ।