କନକ ବ୍ୟୁରୋ : ଘର ମାଲିକଙ୍କ ସହ ଝଗଡା ସହିନପାରି ଜଣେ ଭଡାଟିଆ ଥାନା ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି ହୋଇଛନ୍ତି । ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ କୁମ୍ଭାରପଡାରେ ଏଭଳି ଘଟଣା ଘଟିଛି । ଏଠାରେ ଭୋଳା ମହନ୍ତ ଏକ ଭଡା ଘରେ ରହୁଥିଲେ । ଘର ମାଲିକ ଘର ନିର୍ମାଣ କରିବାକୁ କହିବା ସହ ଘର ତୁରନ୍ତ ଖାଲି କରିବାକୁ ଭୋଳାକୁ କହିଥିଲେ ।
ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ସହ ମାରପିଟ ହୋଇଥିଲା । ଏପରିକି ମାମଲା ଥାନା ଯାଏଁ ଯାଇଥିଲା । ଥାନାରେ ମିଳାମିଶା ବି ହୋଇଥିଲା । ହେଲେ ପରେ ପୁଣି ଘରମାଲିକ ଭୋଳା ବ୍ୟବହାର କରୁଥିବା ପାଇଖାନାରେ ତାଲା ପକାଇଦେଇଥିଲେ । ଭୋଳା ଗତକାଲି ବିଳମ୍ବିତ ରାତିରେ ଧନୁପାଲି ଥାନାରେ ସମ୍ମୁଖରେ ପଂହଚି ନିଜ ଦେହରେ କିରାସିନି ଢାଳି ନିଆଁଲଗାଇଦେଇଥିଲେ । ପୁଲିସ ତୁରନ୍ତ ନିଆଁ ଲିଭାଇବ ସହ ଭୋଳାକୁ ବୁର୍ଲାମେଡିକାଲରେ ଭର୍ତି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/5-12.jpg)