ଜୟପୁରରେ ବନ୍ଦ ହେଲା ଓଏସଆରଟିସି ୟୁନିଟ । ରାଜ୍ୟ ସଡକ ପରିବହନ ନିଗମର ବନ୍ଦ ନିର୍ଦ୍ଦେଶ ପରେ ଆନ୍ଦୋଳନକୁ ଓହ୍ଲାଇଲେ ବସ କର୍ମଚାରୀ ସଂଘ । କହିଲେ, କରୋନା ବେଳେ ସେବା ବନ୍ଦ ହେଲେ ନିଯୁକ୍ତି ମିଳିବ କେମିତି?

ଜୟପୁରରେ ବନ୍ଦ ହେଲା ଓଏସଆରଟିସି ୟୁନିଟ । ରାଜ୍ୟ ସଡକ ପରିବହନ ନିଗମର ବନ୍ଦ ନିର୍ଦ୍ଦେଶ ପରେ ଆନ୍ଦୋଳନକୁ ଓହ୍ଲାଇଲେ ବସ କର୍ମଚାରୀ ସଂଘ । କହିଲେ, କରୋନା ବେଳେ ସେବା ବନ୍ଦ ହେଲେ ନିଯୁକ୍ତି ମିଳିବ କେମିତି?

କନକ ବ୍ୟୁରୋ : ସରକାରଙ୍କ ବନ୍ଦ ନିଷ୍ପତି ପରେ କର୍ମଚାରୀଙ୍କ ଆନ୍ଦୋଳନ । ଅଫିସରେ ତାଲା ପକାଇ ଆନ୍ଦୋଳନର ଡାକରା ଦେଇଛନ୍ତି ଜୟପୁର ଓଏସଆରଟିସି ଅଫିସ୍ ଓ ବସରେ କାମ କରୁଥିବା କର୍ମଚାରୀ । ଜୟପୁର ଓଏସଆରଟିସି ୟୁନିଟ ବନ୍ଦ କରିବା ପାଇଁ ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ନିର୍ଦେଶ ଦିଆଯାଇଛି । ଏଠାରେ ଥିବା ସ୍ଥାୟୀ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ବେଳେ ଠିକା କର୍ମଚାରୀ କରୋନା ସମୟରେ ଚାକିରି ପାଇଁ କୁଆଡେ ଯିବେ ବୋଲି ପ୍ରଶ୍ନ କରିଛନ୍ତି ।

ଗତକାଲି ବିଭାଗୀୟ କର୍ତ୍ତୃପକ୍ଷ ଏଥିନେଇ ଏକ ଚିଠି କରିବା ସହ ଏହି ୟୁନିଟ୍ ଅଧୀନରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରିଦେଇଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏହି ନିର୍ଦ୍ଦେଶନାମା ଫଳରେ କର୍ମଚାରୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ କେଉଁ କାରଣକୁ ନେଇ ଓଏସ୍‌ଆରଟିସି ଜୟପୁର ୟୁନିଟ୍‌କୁ ବନ୍ଦ କରିବାକୁ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି ତାହା ସ୍ପଷ୍ଟ ହୋଇନଥିଲେ ହେଁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ କରାଯାଇଛି।

ଏ ନେଇ ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରାଙ୍କ ସହ ଯୋଗାଯୋଗ କରିବାରୁ ବର୍ତ୍ତମାନ କରୋନା କଟକଣା ଯୋଗୁଁ ବସ୍ ଚଳାଚଳ ବନ୍ଦ ରହିଛି। ଜୟପୁର ୟୁନିଟ୍‌କୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିବା ସେ କହିଛନ୍ତି। ଜୟପୁର ୟୁନିଟ୍‌ରେ କର୍ମଚାରୀଙ୍କ ବିଶୃଙ୍ଖଳିତ ଆଚରଣ ସାଂଗକୁ ଅରାଜକତା ଲାଗି ରହୁଥିବାରୁ ଏଭଳି କଡ଼ା ନିଷ୍ପତ୍ତି ନିଆଯାଇଛି। କରୋନା ଜନିତ କଟକଣା ହଟିବା ପରେ ବସ୍ ଚଳାଚଳ ହେବା ସହ ଯାତ୍ରୀଙ୍କ ପରିବହନ କ୍ଷେତ୍ରରେ କୌଣସି ଅସୁବିଧା ରହିବ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe