ଜାନୁଆରୀ ୨କୁ ଘୁଞ୍ଚିଲା ଓସିଏସ-୨୦୧୯ ମେନ ପରୀକ୍ଷା । ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଘୁଞ୍ଚିଲା ପରୀକ୍ଷା

91

କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନଗୁଡ଼ିକ ଭାରତ ବନ୍ଦ ଡାକରା ଦେଇଥିବାରୁ ଆସନ୍ତାକାଲି ହେବାକୁ ଥିବା ଓଡ଼ିଶା ପ୍ରଶାସନିକ ସେବା (ମୁଖ୍ୟ) ପରୀକ୍ଷାକୁ ଜାନୁଆରି ୨ ପର୍ୟ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।

ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଆଜି ଜାରି ଏକ ବିଜ୍ଞପ୍ତି ଜାରି କରି ଏ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ବିଜ୍ଞପ୍ତିରେ ଓପିଏସସି ପକ୍ଷରୁ କୁହାଯାଇଛି ଯେ ଭାରତ ବନ୍ଦ ଦୃଷ୍ଟିରୁ ପରୀକ୍ଷାର୍ଥୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ପ୍ରଶାସନିକ ସେବା (ମୁଖ୍ୟ) ପରୀକ୍ଷାକୁ ଜାନୁଆରି ୨ ପର୍ୟ୍ୟନ୍ତ ଘୁଞ୍ଚାଇଦିଆଯାଇଛି ।

ଜାନୁଆରି ୨ରେ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ନିର୍ଦ୍ଧାରିତ ସମୟରେ ପରୀକ୍ଷା ଆୟୋଜିତ ହେବ । ପୂର୍ବରୁ ପ୍ରଦାନ କରାଯାଇଥିବା ପ୍ରବେଶପତ୍ର ଦେଖାଇ ପ୍ରରୀକ୍ଷାର୍ଥୀମାନେ ପରୀକ୍ଷା ଦେଇପାରିବେ । ଏଥିପାଇଁ ନୂତନଭାବେ କୌଣସି ପ୍ରବେଶ ପତ୍ର ଦିଆଯିବ ନାହିଁ ବୋଲି ଓପିଏସସି ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି ।